କଲେଜ ଛାତ୍ରୀ ନିଖୋଜ, ଥାନାରେ ମାମଲା

ଗୋପାଳପୁର: ରଘୁନାଥପୁର ବ୍ଳକ ରେଢୁଆ ବୃନ୍ଧାବନ ଚନ୍ଦ୍ର ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ହୋଇଯିବା ପରେ ଥାନାରେ ଅଭିଯୋଗ କରାଯାଇଛି। ରେଢୁଆ ପଞ୍ଚାୟତ ଗମ୍ଭାପୁର ଗ୍ରାମର ଛାତ୍ରୀଜଣକ ଗତ ୧୨ତାରିଖ ଦିନ କଲେଜକୁ ଯାଉଛି କହି ଘରୁ ଯାଇଥିଲେ। ଏହା ପରେ ସେ ଆଉ ଘରକୁ ଫେରିନାହାନ୍ତି। ଝିଅ ଘରକୁ ନ ଫେରିବାରୁ ବାପା ଏ ନେଇ ରଘୁନାଥପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ରେଢ଼ୁଆଁ ଅଞ୍ଚଳର ଜଣେ ଯୁବକଙ୍କ ଘରେ ତଲାସ କରିଥିଲେ ବି କୌଣସି ଟେର୍‌ ମିଳିନାହିଁ। ତେବେ, ସଂପୃକ୍ତ ଯୁବକ ସେହି ଦିନଠାରୁ ଘରେ ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର