କୋଠୀରେ ଡେଙ୍ଗୁ ନେଉଛି ମହାମାରୀ ରୂପ

କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ କୋଠୀ ଗ୍ରାମରେ ଡ଼େଙ୍ଗୁ ରୋଗ ଏବେ ମହାମାରୀ ରୂପ ଧାରଣ କରିବାରେ ଲାଗିଛି। ଦେଢମାସ ଭିତରେ ଏହି ଗ୍ରାମରେ ୨୮ଜଣ ଡେଙ୍ଗୁରେ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସମସ୍ତ ସେକ୍ଟରର ମୋଟ୍ ରୋଗୀଙ୍କ ସଂଖ୍ୟା ୪୫ ଛୁଇଁଥିବା ବେଳେ କେବଳ କୋଠୀରେ ରୋଗୀଙ୍କ ସଂଖ୍ୟା ଭୟାବହତା ପାଲଟିଥିବା ଲାଗିଛି।
ଚଳିତବର୍ଷ କୁଜଙ୍ଗ ଅଞ୍ଚଳରେ ଡ଼େଙ୍ଗୁ ରୋଗ ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖାଯାଉଛି। ଏହି ବ୍ଳକ ଅନ୍ତର୍ଗତ ଅରଖିଅା ଗ୍ରାମର ସୋମ୍ୟରଞ୍ଜନ ନାୟକ(୧୮)ଙ୍କର ଡ଼େଙ୍ଗୁରେ ମୃତ୍ୟୁ ହେବା ପରେ ସାଧାରଣରେ ଭୟ ବୃଦ୍ଧି ପାଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି ବୋଲି କୁହାଯାଉଥିଲେ ହେଁ କୋଠୀ ଗ୍ରାମରେ ରୋଗ ଭୀଷଣ ରୂପ ଧାରଣ କରିଥିବାରୁ ବିଭାଗର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ, ଏହି ରୋଗ ଏରସମା ବ୍ଳକର କନାଗୁଳି ଗ୍ରାମରେ ମଧ୍ୟ ଅଧିକ ବ୍ୟାପିଛି। କୋଠୀ ଗ୍ରାମର ଜଣେ ମହିଳାଙ୍କ ବାପଘର କନାଗୁଳି ଗ୍ରାମ‌େର ହୋଇଥିବାରୁ ତାଙ୍କ ଜରିଅାରେ କୋଠୀ ଗ୍ରାମକୁ ଅାସିଥିବା କୁହାଯାଉଛି। ମାତ୍ର ଦେଢମାସ ମଧ୍ୟରେ କୋଠୀ ଗ୍ରାମରେ ‌େଡ଼ଙ୍ଗୁ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇବା ଯୋଗୁଁ ସମସ୍ତେ ଭୟଭୀତ ହୋଇ ପଡ଼ିଛନ୍ତି। ଲୋକମାନେ ଅାଖପାଖର ପରିବେଶକୁ ପରିଚ୍ଛନ୍ନ ରଖୁନଥିବା ବେଳେ ମଶାରୀ ବ୍ୟବହାର କରୁନଥିବାରୁ ଏପରି ହେଉଥିବା ସ୍ବାସ୍ଥ୍ୟ ବିଭାଗ କହୁଛି। ଏହା ଭିତରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪ଥର ମଶାଧୂଅାଁ ଛଡ଼ାଯାଇଛି। ୯ଶହ ଜଣଙ୍କୁ ବିଶୋଧିତ ମଶାରୀ ପ୍ରଦାନ କରାଯାଇଛି। ଲୋକଙ୍କୁ ସଚେତନ କରିବା ଓ ଚିକିତ୍ସା କରିବା ପାଇଁ ୭ଜଣ ଅାଶାକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି ା ସେହିପରି ୧୫ଜଣ ଲେଖାଏଁଙ୍କୁ ନେଇ ଗଠନ କରାଯାଇଥିବା ଦୁଇଟି ଟିମ୍‌ ବିଭିନ୍ନ ଗ୍ରାମ ପରିକ୍ରମା କରୁଛି। ବିଭାଗ ଠିକ୍ କାମ କରୁନଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଆବଶ୍ୟକ ସହଯୋଗ କରୁନଥିବାରୁ ସମସ୍ୟା ଗମ୍ଭୀର ରୂପ ଧାରଣ କରୁଛି ବୋଲି ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସନ୍ଧ୍ୟାବତୀ ସାହୁ ପ୍ରକାଶ କରିଛନ୍ତି ା

ମୃତ ଯୁବକଙ୍କ ସ୍ମୃତିସଭା
ଅନ୍ତର୍ଗତ ଅରଖିଅା ଗ୍ରାମର ସୋମ୍ୟରଞ୍ଜନ ନାୟକ(୧୮)ଙ୍କର ଗତମାସ ୨୩ ତାରିଖରେ ଡ଼େଙ୍ଗୁ ରୋଗରେ ମୃତ୍ୟୁ ହୋଇଥିଲା। ତାଙ୍କ ଏକାଦଶାହରେ ସ୍ଥାନୀୟ ଗ୍ରାମଦେବତୀଙ୍କ ମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ା କେଶବଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗ୍ରାମର ମୁରବି, ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ଓ ତାଙ୍କ ସାଙ୍ଗ,ସାଥୀମାନେ ଯୋଗଦେଇ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର