ଦୁର୍ଘଟଣାରେ ଡମ୍ଫର ଚାଳକ ମୃତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଡମ୍ଫର ଚାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଦୁଃଶାସନ ପ୍ରଧାନ। ସେ ଚଳାଉଥିବା ଡମ୍ଫରକୁ ରାସ୍ତା ଉପରେ ରଖି ପରିସ୍ରା କରୁଥିବା ସମୟରେ ତାଙ୍କ ଉପରେ ଆଉ ଗୋଟିଏ ଡମ୍ଫର ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଘଟାଇଥିବା ଡମ୍ଫର(ଓଆର ୨୧ ବି ୫୫୦୬)କୁ ପୁଲିସ ଅଟକ ରଖିଛି। ବନ୍ଦର ନିଷିଦ୍ଧାଞ୍ଚଳର ଅନେକ ସ୍ଥାନରେ ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏଣୁ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର