ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ବିରିଡି : ଜଗତ୍‌ସିଂହପୁର ଜିଲ୍ଲା ବିରିଡ଼ି ଥାନା ଅଧିନ ଚେକାମାଳ ଭୋଇ ସାହିରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି। ଆଜି ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ବଡ଼ଭାଇ ପ୍ରାଣ ହରାଇଛନ୍ତି। ଜମିବାଡି ବିବାଦକୁ ନେଇ ଏଇ ମୃତ୍ୟୁ ଘଟିଥିବା ପୁଲିସ୍‌ ସୂତ୍ରରୁ ଜଣାପଡିଛି।

ଆଜି ଦିନ ୧୨ଟା ବେଳେ ଗାଁର ପ୍ରକାଶ ଭୋଇ ଓ ତାଙ୍କ ବଡ଼ଭାଇ ସାଗର ଭୋଇଙ୍କ ଘର ତିଆରି ପାଇଁ ଭାଗ ଧରାଯାଉଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଥିରେ ସାନଭାଇ ପ୍ରକାଶ ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ବଡ଼ଭାଇ ସାଗର(୨୬) ମୁଣ୍ଡରେ ଶକ୍ତ ଚୋଟ ମାରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତରର ଅବସ୍ଥାରେ ଚିକିତ୍ସା ପାଇଁ ଜଗତସିଂହପୁର ସଦର ଚିକିତ୍ସାଳୟକୁ ପଠାଇଥିଲେ। ପରିସ୍ଥିତି ଉଦ୍‌ବେଗଜନକ ହେବାରୁ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଦେଇଥିଲେ। ତେବେ, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବିରିଡି ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର