ଟଙ୍କା ନେଣଦେଣକୁ ନେଇ ସଂଘର୍ଷ,୩ ଆହତ

ବାଲିକୁଦା: ଆଜି ରାତିରେ ଟଙ୍କା ନେଣଦେଣକୁ ନେଇ ବାଲିକୁଦା ଥାନା ଓଷକଣା ପଞ୍ଚାୟତ ପାଇକରାପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ଜଣ ଆହତ ହୋଇଛନ୍ତି। ପୂର୍ବର ଟଙ୍କାକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ଏହି ବିବାଦ ଆଜି ସଂଧ୍ୟାରେ ଆରମ୍ଭ ହୋଇଥିଲା। ତେବେ, ରାତି ୯ଟା ବେଳେ ଏହା ଉଗ୍ରରୂପ ଧାରଣ କରିଥିଲା। କଟୁରୀ ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁର ପୁଲିସ ପହଞ୍ଚିଛି।

ସମ୍ବନ୍ଧିତ ଖବର