ସରପଞ୍ଚଙ୍କ ଘରକୁ ଗୁଳିମାଡ଼

ଜଗତସିଂହପୁର : ଜଗତସିଂହପୁର ବ୍ଲକ୍‌ ବଳରାମପୁର ପଞ୍ଚାୟତ ସରପଞ୍ଚ କାଞ୍ଚନବାଳା ମହାରଣାଙ୍କ ଘରକୁ ଆଜି ବିଳମ୍ବିତ ରାତିରେ ଅତର୍କିତ ଗୁଳିମାଡ଼ ହୋଇଛି। ରାତି ପ୍ରାୟ ସାଢ଼େ ୧୧ଟା ବେଳେ କେତେକ ଦୁର୍ବଅତ୍ତ ଦୁଇଟି ମଟରସାଇକଲରେ ଆସି ଶ୍ରୀମତୀ ମହାରଣାଙ୍କ ଘର ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଏଥିରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ଗୁଳି ମାଡ଼ରେ ଘରର କାନ୍ଥ କଣା ହୋଇଯାଇଛି। ଦାଦା ବଟି ପାଇଁ ଏହି ଗୁଳିକାଣ୍ଡ ଘଟିଥିବା ଅଭିଯୋଗ କରି ଶ୍ରୀମତୀ ମହାରଣା ଥାନାରେ ଏତଲା ଦେଇଛନ୍ତି। ଗୁଳି ଚଳାଇବା ପରେ ତୁରନ୍ତ ଟଙ୍କା ପଠାଇଦେବ ବୋଲି ସେମାନେ କହି ଦ୍ରୁତ ବେଗରେ ଜାଗା ଛାଡ଼ି ପଳାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫାଙ୍କା ଗୁଳି ଚଳାଇଥିବା ଏହି ଚାରି ଜଣଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ପପୁ ନାମକ ଜଣେ ଯୁବକଙ୍କୁ ଚିହ୍ନଟ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି, ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଜଗତସିଂହପୁର ଟାଉନ ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର