ଟ୍ରକ୍‌ ଅଟକାଇ ଲୁଟ୍‌, ଡ୍ରାଇଭରଙ୍କୁ ଆକ୍ରମଣ

ଜଗତସିଂହପୁର ସଦର: ବୁଧବାର ବିଳମ୍ବିତ ରାତ୍ରିରେ ଏକ ଟ୍ରକକୁ ଜଗତସିଂହପୁର ଥାନା ଅନ୍ତର୍ଗତ  ଡିହସାହି ବଜାର ନିକଟରେ ଦୁର୍ବୃତ୍ତମାନେ ଅଟକାଇ ଲୁଟ୍‌ କରିବା ସହିତ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ପାଟକୁରା ଥାନା ଅନ୍ତର୍ଗତ ରାଘବପୁର ଗ୍ରାମର ଡ୍ରାଇଭର ମନୋଜ କୁମାର ସାହୁ ନିଜ ଟ୍ରକ (ଓଡି୦୫ୟୁ୭୪୫୦)କୁ ପୁରୀରୁ ସିମେଣ୍ଟ ଅନ୍‌ଲୋଡ କରି ପାରାଦୀପ ଅଭିମୁଖେ ଯାଉଥିବା ସମୟରେ ଡିହସାହି ବଜାର ନିକଟରେ ଦୁର୍ବୃତ୍ତମାନେ ଟ୍ରକଟିକୁ ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିବା ସମୟରେ ଡ୍ରାଇଭର କୌଶଳ କ୍ରମେ ଖସି ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ଟ୍ରକ ଭିତରେ ଥିବା ୪୦ହଜାର ଟଙ୍କା ଓ ଦୁଇଟି ଚାଲାଣ ନେଇ ଫେରାର ହୋଇଯାଇଛନ୍ତି । ଡ୍ରାଇଭରଙ୍କ ହାତରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସମ୍ବନ୍ଧିତ ଖବର