ପାରାଦୀପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼, ଜଣେ ଗୁରୁତର

ପାରାଦୀପ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଦୀପରେ ରବିବାର ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ କରାଯାଇଛି। ସୂଚନା ଅନୁସାରେ ପାରାଦୀପ ଥାନା ଅନ୍ତର୍ଗତ ଲକପଡ଼ା ଠାରେ ଜଣେ ବ୍ୟକ୍ତିକୁ ୨ ଜଣ ଯୁବକ ଛୁରାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଅବସ୍ଥା ସଂକଟାପନ୍ନ ହେବାରୁ ଆହତ ଯୁବକଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଲକ୍‌ପଡ଼ାରେ ଉତ୍ତେଜନା ଦେଖାଯାଇଛି।

ସମ୍ବନ୍ଧିତ ଖବର