ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଜଣେ ଅଟକ

ତିର୍ତ୍ତୋଲ : ତିର୍ତ୍ତୋଲ ଅଞ୍ଚଳରେ ଆଜି ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବେହେଡ଼ପୁର ଗ୍ରାମରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ସଂପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ନାବାଳିକାର ବାପା ବୋଉ ବାହାରେ ରହୁଥିବା ବେଳେ ନାବାଳିକା ଜଣକ ଘରେ ଜେଜେ ବାପା ଜେଜେ ମା’ଙ୍କ ପାଖରେ ରହୁଥିଲା। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ବିଜିପୁର ଗ୍ରାମର ସନ୍ତୋଷ ଭୋଳ(୩୨) ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ସନ୍ତୋଷ ଏହି ପରିବାରର ସଂପର୍କୀୟ। ପୀଡ଼ିତାର ଜେଜେ ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ସନ୍ତୋଷକୁ ଥାନାକୁ ଆଣି ଅଟକ ରଖି ଜେରା କରୁଛି। ପୀଡ଼ିତା ନାବାଳିକାକୁ ଜଗତସିଂହପୁର ମେଡ଼ିକାଲରେ ଚିକିତ୍ସ‌ା‌ ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତରୀ ମାଇନା ପରେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର