ପାରଦୀପ: ଦାଦାର ଗୁଳିରେ ପୁତୁୁରା ଆହତ

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ଗ୍ରାମରେ ମଙ୍ଗଳବାର ରାତିରେ ଗୁଳିକାଣ୍ଡ ଘଟିଛି। ଏଥିରେ ପୁତୁରାର ଗୁଳିରେ ଦାଦା ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପାରିବାରିକ ବୁଝାମଣାର ଅଭାବ ଯୋଗୁଁ ପୁତୁରା ସତ୍ୟବ୍ରତ ପରିଜା(୨୮) ନିଜର ଦାଦା ଦୁଷ୍ମନ୍ତ ପରିଜା(୫୫)ଙ୍କୁ ଅତି ନିକଟରୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି। ସନ୍ଧ୍ୟାରେ ଦୁଷ୍ମନ୍ତ ଘରକୁ ଫେରୁଥିବା ବେଳେ ଗ୍ରାମ ନିକଟରେ ଥିବା କେନାଲ ନିଟକରେ ସତ୍ୟବ୍ରତ ଗୁଳି କରିଥିଲା। ଫଳରେ ଦୁଷ୍ମନ୍ତର ଆଣ୍ଠୁରେ ଆଘାତ ଲାଗିଥିଲା।

ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ଫେରାର ଅଭିଯୁକ୍ତକୁ ଖୋଜୁଛି। ଦୁଷ୍ମନ୍ତକୁ ପ୍ରଥମେ ପାରଦୀପସ୍ଥିତ ବିଜୁ ସ୍ମାରକୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର