ୟୁବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍

ଜଗତସିଂହପୁର ସଦର: ଗତକାଲି ବିଳମ୍ବପିତ ରାତିରେ ଜଗତସିଂହପୁର ସହରର ବଡବଜାରସ୍ଥିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ତିଆର ଶାଖା ନିକଟ ଏଟିଏମ୍ କାଉଣ୍ଟରକୁ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିଛନ୍ତି। ‌ସେମାନେ ଏଟିଏମ୍ ମେସିନ ଡିସପେନ୍ସର, ଲକ୍, ସମ୍ମୁଖରେ ଥିବା କବାଟ, ଏସି, ସର୍ଭର ଓ ବ୍ୟାଟେରୀ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ତେବେ, ଦୁର୍ବୃତ୍ତମାନେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଲୁଟ୍‌ ସଂପର୍କରେ ବ୍ୟାଙ୍କର ମ୍ୟାନେଜର ମହେନ୍ଦ୍ର କୁମାର ସାହୁ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ଶନିବାର ଦିନ ଏହି କାଉଣ୍ଟର୍‌ରେ ୧୫ଲକ୍ଷ ଟଙ୍କା ଲୋଡ୍‌ କରାଯାଇଥିଲା। ସେଥିରୁ କେତେ ଟଙ୍କା ଉଠା ଯାଇଛି ଓ କେତେ ଟଙ୍କା ଲୁଟ୍‌ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ନେତୃତ୍ବରେ ଏକ ଟିମ୍ ତଦନ୍ତ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର