ବାଇକ ଉପରକୁ ମାଙ୍କଡ଼ ଡ଼େଇବାରୁ ମହିଳା ଗୁରୁତର

ଗୋପାଳପୁର: ଅାଜି ମଧ୍ୟାହ୍ନରେ ତିର୍ତୋଲ ଥାନା ଅନ୍ତର୍ଗତ ବ୍ରହ୍ମୁପୁର ଗ୍ରାମର କରିମ ବିବି(୪୫) ନିଜ ପୁତୁରା ସହିତ କଟକ ଯାଉଥିବା ବେଳେ ମହାଳ ହାଟ ଛକଠାରେ ଗଛରୁ ଏକ ମାଙ୍କଡ଼ ହଠାତ୍‌ ତାଙ୍କ ଉପରକୁ ଡେଇଁ ପଡ଼ିବାରୁ କରିମ୍‌ ବିବି ବାଇକରୁ ପଡ଼ି ଯାଇଥିଲେ। ଗୁରୁତର ଅବସସ୍ଥାରେ ତାଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର