ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

ତାରପୁର, ରଘୁନାଥପୁର ଥାନା ଅନ୍ତର୍ଗତ ଗୁଅାଳିପୁର ରେଳଷ୍ଟେସନ ନିକଟରେ ଅାଜି ସକାଳେ ରେଳ ଧାରଣାରେ ଜଣେ ଯୁବକଙ୍କ ମରଶରୀର ପଡିଥବା ଦେଖିବାକୁ ମିିଳିଥିଲା। ମୃତ ଯୁବକ ତଅଁରା ଗ୍ରାମର କବିତା ସ୍ବାଇଁଙ୍କ ପୁଅ ସୈାମ୍ୟରଂଜନ ସ୍ବାଇଁ ଓରଫ ପୁପା (୨୨) ବୋଲି ଜଣାଯାଇଛି। ସ୍ଥାନୀୟ ଅଂଚଳରେ ଖବର ପ୍ରଚାରିତ ହେବା ପରେ ରେଳଧାରଣା ନିକଟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ା ଖବର ପାଇ ପରିବାର ଲୋ‌େକ ଘଟଣାସ୍ଥଳରେ ପହଂଚି ମୃତ ପୁପାଙ୍କ ଶବକୁ ସାଙ୍ଗରେ ନେଇ ଗ୍ରାମ ଶ୍ମଶାନରେ ଦାହ କରାଇଥିଲେ। ଘରୋଇ କଳହରୁ ଯୁବକ ଜଣକ ଅାମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର