ହୁଣ୍ଡିରୁ ଚୋରି କଲାବେଳେ ହାତ ଲାଖିଗଲା

0 4,301

ତିର୍ତ୍ତୋଲ : ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ଶ୍ରୀରାମପୁରସ୍ଥିତ ପଞ୍ଚମୁଖି ହନୁମାନ ମନ୍ଦିରରେ ଆଜି ଏକ ନିଆରା ଘଟଣା ଘଟିଛି। ମନ୍ଦିର ହୁଣ୍ଡିବାକ୍ସରୁ ଉକ୍ତ ମନ୍ଦିରର ପୂଜକଙ୍କ ପୁଅ ଟଙ୍କା ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ତା’ ହାତ ହୁଣ୍ଡିବାକ୍ସରେ ଅଟକି ଯାଇଛି। ହାତ ବାହାରି ନ ପାରିବାରୁ ସେ ଧରା ପଡ଼ିଯାଇଛି।

ଶ୍ରଦ୍ଧାଳୁମାନଙ୍କ ଦାନ ସଂଗ୍ରହ ପାଇଁ ଶ୍ରୀରାମପୁର ହନୁମାନ ମନ୍ଦିର ଫାଟକ ନିକଟରେ ଏକ ହୁଣ୍ଡି ବାକ୍ସ ରଖାଯାଇଛି। ଗତକାଲି ରାତିରେ ମନ୍ଦିରର ପୂଜକ ନାରାୟଣ ତ୍ରିପାଠୀଙ୍କ ପୁଅ ଗୋବିନ୍ଦ(୨୧) ହୁଣ୍ଡିରୁ ଟଙ୍କା ଚୋରି ପାଇଁ ଉଦ୍ୟମ କରିଥିଲା। ତେବେ, ଟଙ୍କା ବାହାର କରିବା ବେଳେ ଗୋବିନ୍ଦର ହାତ ଆଉ ବାହାରିନଥିଲା। ନିରୁପାୟ ହୋଇ ସେ ବାକ୍ସ ଭିତରେ ସେମିତି ହାତ ପୁରାଇ ଠିଆହୋଇ ରହିଥିଲା। ରାତି ପାହିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ସକାଳ ପ୍ରାୟ ୭ଟା ବେଳେ ପୂଜକ ନାରାୟଣ ମନ୍ଦିରକୁ ପୂଜା କରିବା ପାଇଁ ଆସି ପୁଅର କାରନାମା ଦେଖିଥିଲେ। ସମସ୍ତେ ଉଦ୍ୟମ କରିଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗୋବିନ୍ଦଙ୍କ ହାତ ବାହାରି ପାରିନଥିବା ଜଣାପଡ଼ିଛି। ଭିତରୁ ତାଙ୍କ ହାତକୁ କେହି ଟାଣିକି ଧରିଛି ବୋଲି ଗୋବିନ୍ଦ କହୁଛନ୍ତି। ଏ ସମ୍ପର୍କରେ ପୁଲିସରେ ମଧ୍ୟ ଅଭିଯୋଗ କରାଯାଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.