ଅଭିଯୁକ୍ତଙ୍କ ଗିରଫ ଦାବି କଲା ଯୁବ ମୋର୍ଚ୍ଚା

ପାରାଦୀପ: ତିର୍ତ୍ତୋଲରେ ଘରେ ପଶି ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତମାନଙ୍କୁ ବର୍ତ୍ତମାନ ସୁଦ୍ଧା ପୁଲିସ ଗିରଫ କରି ପାରିନାହିଁ। ଗୁଳିକାଣ୍ଡରେ ମୃତ ଅନ୍ତର୍ଯ୍ୟାମୀଙ୍କ ପରିବାର ପ୍ରତିଦିନ ଭୟ ଓ ଆତଙ୍କ ଭିତରେ ରହୁଥିବା ବେଳେ ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଏଯାବତ୍‌ ପୁଲିସ ସକ୍ଷମ ହୋଇନାହିଁ। ଏଣୁ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଅଭିଯୋଗ କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁଙ୍କ ନେତୃତ୍ଵରେ ଏକ ଟିମ୍‍ ଏସ୍‍ଡିପିଓ ଶିବ ଚରଣ ମଲ୍ଲିକଙ୍କୁ ସ୍ମାରକପତ୍ର ଦେଇଛନ୍ତି।

ଦୁଇ ଦିନ ଭିତରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ଦଳ ଆସନ୍ତା ୨୫ତାରିଖରେ ରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ସ୍ୱାଇଁ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ବଜେପି ଯୁବ ମୋର୍ଚ୍ଚା ସଭାପତି ରମାକାନ୍ତ ଭୋଇ, ବିଜୟ ଦାସ, ସୁଧୀର ମଲ୍ଲିକ, ଶିବ ପ୍ରସାଦ ଦାସ, ସୁଧୀର ପଣ୍ଡା, ଯୀଶୁଖ୍ରୀଷ୍ଟ ପ୍ରଧାନ, ରାଜେନ୍ଦ୍ର ଶୁକ୍ଳା, ସୁଦୀପ୍ତ ନାଥ ଓ ସୁନନ୍ଦା ବିଶ୍ୱାଳ ପ୍ରମୁଖ ଏହି ପ୍ରତିନିଧିଦଳରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର