ଯାଜପୁର: ଜେଲ ପାଚେରୀ ଭୁଶୁଡ଼ି ପାଇଖାନା ଭାଙ୍ଗିଲା, ୬ ଘଣ୍ଟା ହେଲା ଶୌଚ ହୋଇ ପାରୁ ନାହାଁନ୍ତି କଏଦୀ

ଯାଜପୁର: ୧୯୧୨ ମସିହାରେ ଯାଜପୁର ଟାଉନ୍‌ ଠାରେ ନିର୍ମାଣ କରାଯାଇଥିବା ଯାଜପୁର ସବ୍‌ଜେଲ ପାଚେରି ଭୁଶୁଡ଼ି ପଡ଼ିଛି। ପାଚେରି ଭୁଶୁଡ଼ି  ଜେଲ ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଉପରେ ପଡ଼ିବାରୁ ଏହା ଭାଙ୍ଗି ଯାଇଛି। ଯଦିଓ ଏହା ପାଚେରି ଭୁଶୁଡ଼ିବା ଯାଗୁଁ କେହି ଜେଲ ଅନ୍ତେବାସୀ ଆହତ ହାଇ ନାହାଁନ୍ତି, ମାତ୍ର ସକାଳୁ ଉଠିବା ପରେ କଏଦୀମାନେ  ଶୌଚାଳୟ ବ୍ୟବହାର କରି ନ ପାରି ନାହଁ ନ ଥିବା ହଇରାଣ ହରକତ ହେଉଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୧୯୧୨ ମସିହାରେ ଯାଜପୁର ସବ୍‌ଜେଲ ନିର୍ମାଣ ସମୟରେ ଯେଉଁ ପାଚେରି ନିର୍ମାଣ କରଯାଇଥିଲା ବର୍ତ୍ତମାନ ସୁଦ୍ଧା ସେହି ପାଚେରି ରହିଛି। ଅପରପକ୍ଷେ ରାସ୍ତା ଉଚ୍ଚା ହେବା ଫଳରେ ଜେଲ କର୍ତ୍ତୃପକ୍ଷ କେବଳ ସେହି ପୁରୁଣା ପାଚେରି ଉପରେ ପଥର ଯୋଡ଼ି ଯୋଡ଼ି ଉଚ୍ଚା କରି ଚାଲିଥିଲେ। ମାତ୍ର ପାଚେରି ଭିତ୍ତିଭୂମି ଦୁର୍ବଳ ଥିବାରୁ ତାହା  ଏହି ଉଚ୍ଚ ପାଚେରିକୁ ସମ୍ଭାଳିବା ସମ୍ଭବ ନ ଥିଲା। ଅପରପକ୍ଷେ ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଳି ବିଳମ୍ବିତ ରାତିରେ ପାଚେରି ଭୁଣୁଡ଼ି ପଡ଼ିଛିି। ବିଳମ୍ବିତ ରାତିରେ ପାଚେରି ଭୁଶୁଡ଼ି ପଡ଼ିବା ଶବ୍ଦରେ ଜେଲର ଆନ୍ତେବାସୀମାନେ  ଭୟ ପାଇ ଉଠି ପଡ଼ିଥିଲେ। ତେବେ ପାଚେରି ଜେଲରେ ଥିବା ପାଇଖାନା ଘର ଗୁଡ଼ିକ ଉପରେ ପଡ଼ିବାରୁ ଏହା ଭାଙ୍ଗିି ଯାଇଛି। ତେଣୁ  ଜେଲରେ ଥିବା କଏଦୀମାନେ  ଶୌଚ ହେବା ନେଇ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।

ସମ୍ବନ୍ଧିତ ଖବର