ବ୍ୟାସନଗରରେ ଆନ୍ଧ୍ର ପୁଲିସ୍‌ର ଚଢ଼ାଉ, ଦୁଇ ଅଭିଯୁକ୍ତଙ୍କୁ ଉଠାଇନେଲା

ସନ୍ଦିଗ୍ଧ ଯୁବତୀମାନଙ୍କୁ ଘର ଛାଡ଼ିଲେ

ବ୍ୟାସନଗର/ କୋରେଇ : ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ବ୍ୟାସନଗର ସହର ଦଳା-ଶଙ୍ଖଚିଲା ରାସ୍ତା କଡ଼ରେ ଥିବା ଏକ ଘରେ ଆଜି ଆନ୍ଧ୍ର ପୁଲିସ୍‌ ଚଢ଼ଉ କରି ଦୁଇଜଣ ଅଭିଯୁକ୍ତଙ୍କୁ ଉଠାଇ ନେଇଛି। ରାଜ୍ୟ ବାହାରେ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଆନ୍ଧ୍ର ପୁଲିସ୍‌ ଖୋଜିବାକୁ ଆସି ଏଠାରେ ପହଞ୍ଚିଥିଲା। ଧରାପଡ଼ିଥିବା ଜଣେ ଅଭିଯୁକ୍ତର ନାମ ନାନି ପୁଟ୍ଟେ (୨୮)। ତଦନ୍ତରେ ବ୍ୟାଘାତ ଉପୁଜିବା ଆଶଙ୍କାରେ ଅନ୍ୟଜଣକର ନାମକୁ ପୁଲିସ ପ୍ରକାଶ କରିନାହିଁ। ଏହି ଦୁଇ ଅଭିଯୁକ୍ତ ବିଭିନ୍ନ ଅପରାଧରେ ଜଡ଼ିତ ଥିଲା ବେଳେ କୋରେଇର ପୂର୍ବକୋଟ ଅଞ୍ଚଳରେ ରହୁଥିଲେ। ଉଭୟଙ୍କ ଘର ଆନ୍ଧ୍ରର ପୂର୍ବଗୋଦାବରୀ ଜିଲ୍ଲା ରାଜମହେନ୍ଦ୍ରୀ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆନ୍ଧ୍ର ପୁଲିସ୍‌ ଚାଲିଯିବା ପରେ ଏହି ଘରେ ରହୁଥିବା ଜଣେ ମହିଳାଙ୍କ ସମେତ ୪ ଜଣ ଯୁବତୀ ତୁରନ୍ତ ଘର ଛାଡ଼ି ଚାଲିଯିବା ସନ୍ଦେହ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର