ସମ୍ପର୍କୀୟଙ୍କୁ ଆକ୍ରମଣ ଘଟଣା:ନିରପେକ୍ଷ ତଦନ୍ତ ପାଇଁ ଏସ୍‌ପିଙ୍କୁ ଭେଟିଲେ ରାଣୀ

କୋରେଇ: କଳାହାଣ୍ତି ଜିଲ୍ଲା ଭବାନୀପାଟଣା ସ୍ଥିତ କାର୍ଲାକୋଟ ରାଣୀ ପୂର୍ଣ୍ଣିମା ସି˚ ଦେଓ ତାଙ୍କ ଭାଇଙ୍କ ଉପରେ ହୋଇଥିବା ମରାଣାନ୍ତକ ଆକ୍ରମଣର ନିରପେକ୍ଷ ତଦନ୍ତ ଦାବି କରି ଆଜି ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଘଟଣା ମୁତାବକ କିଛିଦିନ ତଳେ ରାଣୀଙ୍କ ଭାଇ ତଥା ଯାଜପୁର ଜିଲ୍ଲା ଜେନାପୁର ଥାନା ଚଉଷଠିପଡ଼ା ଗ୍ରାମର ଦେବପ୍ରସାଦ ସାମନ୍ତଙ୍କୁ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଦେବପ୍ରସାଦଙ୍କ ମୁଣ୍ତ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏ ନେଇ ମା’ ରାଷୋଳ ମଞ୍ଜରୀ ଦେବୀ ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଚଉଷଠିପଡ଼ା ଗ୍ରାମର ନୀଳମଣି ପଣ୍ତା, ବିଶ୍ବର˚ଜନ ସାମନ୍ତ, ସନ୍ତୋଷ କୁମାର ସାମନ୍ତ, ଶକ୍ତିପ୍ରସାଦ ସାମନ୍ତଙ୍କ ସମେତ ବହୁ ଲୋକ ସଂଘବଦ୍ଧ ଭାବରେ ଦେବପ୍ରସାଦଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ମାତ୍ର ଅଭିଯୁକ୍ତମାନେ ଶାସକଦଳର ସମର୍ଥକ ହୋଇଥିବାରୁ ପୁଲିସ୍‌ ଜାଣିଶୁଣି ସେମାନଙ୍କୁ ଘଣ୍ଟ ଘୋଡାଇବା ସହିତ ଅଦ୍ୟାବଧି ଗିରଫ କରୁ ନଥିବା ରାଣୀ ଶ୍ରୀମତୀ ସି˚ଦେଓ ଅଭିଯୋଗ କରିଛନ୍ତି। ଏପରିକି ପୁଲିସ୍‌ ଜାଣିଶୁଣି କୋହଳ ଦଫା ଲଗାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ବାହାରେ ବୁଲୁଥିବା ବେଳେ ଦେବପ୍ରସାଦଙ୍କ ପରିବାରକୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ରାଣୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର