ନାବାଳିକାକୁ ଅସଦାଚରଣ ଉଦ୍ୟମ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମର ଜଣେ ନାବାଳିକା(୧୩)କୁ ସେହି ଗ୍ରାମର ଗଣେଶ ସାହୁ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗତକାଲି ସନ୍ଧ୍ୟାରେ ଗାଁ ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଗଣେଶ ତାକୁ ଏକୁଟିଆ ପାଇ ଅସଦାଚରଣ କରିଥିଲା। ନାବାଳିକାର ଚିତ୍କାର ଶୁଣି ଗ୍ରାମର ଜଣେ ମହିଳା ପହଁଚିଯିବାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଏସମ୍ପର୍କରେ ନାବାଳିକାର ପରିବାର ଥାନାରେ ଆଭିଯୋଗ କରାଯିବା ପରେ ପୁଲିସ ଥାନା କେସ୍‌ ନମ୍ବର ୨୨୫/୧୮ରେ ମାମାଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର