ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ଘଟଣା:ଅଭିଯୁକ୍ତ ସ୍ୱାମୀ ଜେଲ୍‌ ଗଲା

ବ୍ୟାସନଗର : ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିବା ସ୍ୱାମୀକୁ ଆଜି ଯାଜପୁରରୋଡ଼ ପୁଲିସ୍‌ ଗିରଫ୍‌ କରି କୋର୍ଟ ଚାଲାଣ କରିଛି। ଯାଜପୁରରୋଡ଼ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ପଦ୍ମପୁର ଆଦିବାସୀ ସାହିର ବସନ୍ତ ହେମ୍ବ୍ରମ୍‌(୨୮)କୁ ଗତକାଲି ରାତିରେ ଯାଜପୁରରୋଡ଼ ପୁଲିସ୍‌ ଗିରଫ୍‌ କରିଥିଲା। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ବସନ୍ତ ଗତକାଲି ରାତିରେ ତାର ଗର୍ଭବତୀ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲା। ବସନ୍ତର ଶାବଳ ମାଡ଼ରେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଯାଜପୁରରୋଡ଼ କିନ୍ନର ସଂଘର ସଭାପତି କାଜଲ, ସମ୍ପାଦକ ଲଭଲି ଓ ତାଙ୍କ ସାଥୀମାନେ ଉଦ୍ଧାର କରି ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରିଥିଲେ। ଯାଜପୁରରୋଡ଼ ଥାନାଧିକାରୀ ଅମିତାଭ ମହାପାତ୍ର ପଦ୍ମପୁର ଆଦିବାସୀ ସାହିରେ ଚଢ଼ଉ କରି ଅଭିଯୁକ୍ତ ବସନ୍ତକୁ ଗିରଫ୍‌ କରିବା ସହ ଥାନା କେସ୍‌ ନମ୍ବର ୨୧/୧୮ ଦଫା ୩୦୭, ୩୪୧, ୩୨୩ରେ କୋର୍ଟ ଚାଲାଣ କରିଥିଲେ। ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତ ବସନ୍ତକୁ ରଗଡ଼ି ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର