ବଡ଼ଚଣା ବିଜେପି ଦୁଇ ଫାଳ : ନୂଆ-ପୁରୁଣା ଲ‌େଢ଼ଇ ଉଗ୍ର

କାମ କରୁନି ଧର୍ମେନ୍ଦ୍ରଙ୍କ ବୋଲ, ସୀମନ୍ତିନୀ, ଅମରଙ୍କ ସମାନ୍ତରାଳ ସଭା, ବିକ୍ଷୋଭ

ଯାଜପୁର : ବଡ଼ଚଣା ବିଜେପି ଦୁଇଫାଳ। ନୂଆ-ପୁରୁଣା ଲଢ଼େଇ ଉଗ୍ର ରୂପ ନେଇଛି। କାମ କରୁନି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବୋଲ। ଯାହା ଆଜି ସ୍ପଷ୍ଟ ହୋଇଛି ସୀମନ୍ତିନୀ ଓ ଅମରଙ୍କ ଦୁଇ ଦୁଇଟି ସଭା ଓ ବିକ୍ଷୋଭ ସମାବେଶରୁ। ଦି’ଜଣ ଦୁଇଟି ସରଳରେଖାରେ ଗତି କରୁଛନ୍ତି। ଯାହା ବଡ଼ଚଣା ବିଜେପି ସ୍ଥିତିକୁ ଅଧିକ ବିଗାଡ଼ିବାରେ ଲାଗିପଡ଼ିଛି।

ବିଜେଡ଼ି ଗଡ଼ ଯାଜପୁର ଜିଲ୍ଲାରେ ଶାସକ ଦଳକୁ କଡ଼ା ମୁକାବିଲା କରି ପଦ୍ମ ଫୁଟାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ନିଜ କଥା ଦୋହରାଉଥିବା ବେଳେ ନିଜ ଦଳର ନେତାମାନଙ୍କ ମଧ୍ୟରେ ଲାଗି ଥିବା ଗୃହ ଯୁଦ୍ଧ ଚରମ ସୀମାରେ ପହଞ୍ଚିିଛି। ଆଜି ବଡ଼ଚଣାରେ ବିଜେପି ପକ୍ଷରୁ ଦୁଇ ଦୁଇଟି କାର୍ଯ୍ୟକ୍ରମ ସମାନ୍ତରାଳ ଭବେ କରାଯାଇଛି। ଜଙ୍ଗଲ ଜମି ଅଧିକାର ଦାବି କରି ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜେପି ରାଜ୍ୟସ୍ତରୀୟ ନେତ୍ରୀ ସୀମନ୍ତିନୀ ଜେନା ବୈରୀ ଆର୍ଆଇ କାର୍ଯ୍ୟାଳୟ ‌େଘରାଉ କରିବା ସହିତ ବିକ୍ଷୋଭ,ପ୍ରତିବାଦ ସଭା କରି ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ବିଜେଡ଼ି ଦଳ ଛାଡ଼ି ବିଜେପିର ନେତୃତ୍ବ ନେଉଥିବା ଯୁବ ନେତା ଅମର ନାୟକ ବଡ଼ଚଣା ବ୍ଲକ୍ ଘେରାଉ କରି ନିର୍ବାଚନ ମଣ୍ଡଳୀର ଦୁର୍ନୀତି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିଛନ୍ତି। ବଡ଼ଚଣା ବ୍ଲକ୍ ତଥା ନିର୍ବାଚନ ମଣ୍ଡଳୀରେ ହେଉଥିବା ବ୍ୟାପକ ଦୁର୍ନୀତି ପାଇଁ ଶ୍ରୀ ନାୟକ ବିଧାୟକ ତଥା ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ଉଭୟ ଅମର ନାୟକ ଓ ସୀମନ୍ତିନୀ ଜେନାଙ୍କର ଶକ୍ତି ପ୍ରଦର୍ଶନ ଦଳକୁ ଶକ୍ତିଶାଳୀ କରିବା ପରିବର୍ତ୍ତେ ବିବାଦ ଘେରକୁ ଟାଣି ନେଇଛି। ବଡ଼ଚଣାରେ ବିଜେପି ଦୁଇ ଫାଳ ଘଟଣା ବାରମ୍ବାର ଚର୍ଚ୍ଚାକୁ ଆସୁଥିବା ବେଳେ ଦଳର ରାଜ୍ୟ ନେତୃବୃନ୍ଦ ଦଳୀୟ ଅନ୍ତଃକନ୍ଦଳକୁ ତୁଟାଇବା ପରିବର୍ତ୍ତେ ନିରବ ସମର୍ଥନ ଦେଇଆସୁଛନ୍ତି ବୋଲି ତୃ୍ଣମୂଳ କର୍ମୀମାନେ ମତବ୍ୟକ୍ତ କରିଛନ୍ତି।

ଅମର ନାୟକଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ,ଜିଲ୍ଲା ବିଜେପି ଉପସଭାପତି ଜ୍ଞାନ ର˚ଜନ ସାହୁ, ପ୍ରାକ୍ତନ ବ୍ଲକ୍‌ ଅଧୢକ୍ଷ ନିର˚ଜନ ସାହୁ, ପ୍ରାକ୍ତନ ଅଧକ୍ଷ ଶୁକ୍ରମଣି ପୂର୍ତ୍ତି, ପ୍ରାକ୍ତନ ଉପାଧକ୍ଷ ବିଚିତ୍ରାନନ୍ଦ ମହାପାତ୍ର, ଜିଲ୍ଲା ବିଜେପି ଉପସଭାପତି ଦେବଯାନୀ ପ୍ରଧାନ, ପାଣ୍ତବ ଚରଣ ଧଳ, ଅଶୋକ କୁମାର ସାମଲ, ରମେଶ ଚନ୍ଦ୍ର ପୃଷ୍ଟି, ପ୍ରୀତମ ନାୟକ, ବେଣୁଧର ବିଶ୍ବାଳ, ଧୂଳେଶ୍ବର ଦାସ ପ୍ରମୁଖ ଯୋଗଦେଇଥିଲା ବେଳେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନାଙ୍କ ସହ ବିଜେପି ରାଜ୍ୟ ପରିଷଦ ସଭ୍ୟ ତଥା ଆଇନଜୀବୀ ଉଦୟନାଥ ସାହୁ, କିଶୋର ବାରିକ, ବିଜୟ କୁମାର ସାହୁ, ପ୍ରଦ୍ୟୁମ୍ନ ଓଝା, ପ୍ରଦୀପ୍ତ ସାମଲ, ଅମିତ ମହାନ୍ତି, ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ପ୍ରକାଶ ଥାଉକି ନିକଟରେ ବିଂଝାରପୁର ବ୍ଲକର ସିଂହପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥ‌ିଲେ ଯାଜପୁରରେ ପରିବର୍ତ୍ତନ ବାର୍ତ୍ତା ବହିଲାଣି। ମାତ୍ର, ଏହାର କେଇଦିନ ପରେ ଘଟିଥିବା ଏହି ଘଟଣା ଏବେ ଦଳର ଅନ୍ତର୍ଦ୍ବନ୍ଦ୍ବକୁ କେବଳ ପଦାରେ ପକାଇନାହିଁ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟର ବାସ୍ତବତା ଉପରେ ପ୍ରଶ୍ନବାଚୀ ଲଗାଇଛି।

ସମ୍ବନ୍ଧିତ ଖବର