ତେଜିଲା ବିଜେପି ବିବାଦ : କେନ୍ଦ୍ରମନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ, ପୁରୁଣା-ନୂଆ ଠେଲାପେଲା, ମାମଲା ଥାନାରେ

ଯାଜପୁର/ବି˚ଝାରପୁର : ଯାଜପୁର ଜିଲାରେ ବିଜେପି ଦଳରେ ନୂଆ-ପୁରୁଣା ନେତା ଓ ସଙ୍ଗଠକମାନଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି ା ଏହାର ପ୍ରଭାବ ମଧ୍ୟ ବି˚ଝାରପୁର ବ୍ଲକରେ ଦେଖିବାକୁ ମିଳିଛି। ପୁରୁଣା କର୍ମୀ ତଥା ନିର୍ବାଚିତ ଲୋକ ପ୍ରତିନଧି ମାନଙ୍କୁ ଦଳର ନେତାମାନେ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଆସିଛି। ବିଜେପିର ପୂର୍ବତନ ଜୋନ ସଭାପତି ପର୍ଶୁରାମ ମିଶ୍ରଙ୍କ ସମେତ ବହୁ ପୁରୁଣା କର୍ମୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଦଳର ବିବାଦ ସମ୍ପର୍କରେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ତାଙ୍କୁ ଅବଗତ କରିଥିଲେ ହେଲେ କୌଣସି ସୁଫଳ ମିଳି ନଥିଲା। ଗତ ଅକ୍ଟୋବର ମାସ ୬ତାରିଖରେ ବିଜେପିର ଛାମୁଆ ନେତା-କର୍ମୀ ନିର˚ଜନ ପଣ୍ତା, ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ କୁମାର ଜେନା, ତାପସ ମହାଳିକ, ଶଙ୍କର୍ଷଣ ସାମଲ ଓ ସତ୍ୟଭାମା ମଲ୍ଲିକଙ୍କ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କେନ୍ଦ୍ରମନ୍ତ୍ରୀ ବିବାଦ ସମାଧାନ କରିବା ବଦଳରେ ଦଳର ସେମାନଙ୍କୁ ଗାଳିଗୁଲଜ କରି ଦଳରୁ ଚାଲିଯିବାକୁ ଧମକ ଦେଇଥିଲେ ବୋଲି ଶ୍ରୀ ମିଶ୍ର ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଯାଜପୁରସ୍ଥିତ ଅଫିସର୍ସ କ୍ଲବ୍‌ଠାରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ତେବେ, ପ୍ରେସମିଟ୍‌ ଚାଲିଥିବା ବେଳେ ବିଜେପି କର୍ମୀ ସୁଦୀପ୍ତ ପଣ୍ତା ପହଞ୍ଚି ପର୍ଶୁରାମ ମିଶ୍ରଙ୍କୁ ଟଣାଓଟରା କରିବା ସହ ଗାଳିଗୁଲଜ କରିଥିଲେ ବୋଲି ଶ୍ରୀ ମିଶ୍ର ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି। ଯାଜପୁର ଥାନା ପୁଲିସ ୨୯୦/୧୮ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର