ଚୋରାମଦ ଜବତ: ୨ ଗିରଫ

ବରୀ/ରତ୍ନଗିରି : ଧାରପୁର ପଞ୍ଚାୟତର କେନ୍ଦୁଆ ଗ୍ରାମରେ ଥିବା ଚୋରାମଦ ଆଡ଼ା ଉପରେ ଗତ ଶନିବାର ବରୀ ପୁଲିସ୍‌ ଚଢ଼ଉ କରି ୫୦ ବୋତଲରୁ ଅଧିକ ଚୋରା ବିଦେଶୀ ମଦ ଜବତ କରିଛି। ଏହି ଘଟଣାରେ କେନ୍ଦୁଆ ଗ୍ରାମର ବଟକୃଷ୍ଣ ଭୂୟାଁଙ୍କ ପୁଅ ଅନୀଲକୁ ଗିରଫ କରାଯାଇଛି। ଥାନା କେସ୍‌ ନମ୍ବର ୧୬୭ /୧୮ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅନୀଲକୁ ଆଜି କୋର୍ଟ ଚାଲାଣ କରାଯାଇଛି। କେନ୍ଦୁଆ ଗ୍ରାମରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ଚାଲିଥିଲା। ପୁଲିସ୍‌ ବାରମ୍ବାର ଚଢ଼ଉ କରି ଚୋରା ମଦ ବେପାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ସେହିପରି ଗତ ଶୁକ୍ରବାର ରାତିରେ ବରୀ ପୁଲିସ୍‌ ଧାରପୁର ଗ୍ରାମରେ ଚଢ଼ଉ କରି ଚୋରା ମଦ ଜବତ କରିବା ସହ ଏହି ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଗିରଫ କରିଛି। ଥାନା କେସ୍‌ ନ˚ ୧୫୭/୧୮ରେ ଅଭିଯୁକ୍ତକୁ କୋଟ୍‌ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର