ଯାଜପୁର: ଜେନାପୁର ଥାନା ଉପରକୁ ଗୁରୁବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ଏହି ଘଟଣାରେ କାର୍ଯ୍ୟରତ ଗୃହରକ୍ଷୀ ପ୍ରକାଶ ସାହୁ ଗୁରୁତର ଆହତ ହୋଇଛିନ୍ତି। ଗୁରୁତର ପ୍ରକାଶଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୋମାମାଡ଼ ପରେ ଏତେ ବଡ଼ ଧରଣର ଶବ୍ଦ ହୋଇଥିଲା ଯେ, ପ୍ରାୟ ୨ କିଲୋମିଟର ଦୂରରେ ଥବା ଲୋକେ ଶୁଣି ପାରିଥିଲେ। ଥାନାର କବାଟ ଓ ଝରକା ମଧ୍ୟ ଭାଙ୍ଗି ଯାଇଛି। ଡିନାମାଇଟ ସାହାଯ୍ୟରେ ଦୁର୍ବୃତ୍ତମାନେ ଏହି ବିସ୍ଫୋରଣ କରିଥିବା ପୁଲିସ ସନ୍ଦେହ କରୁଛି। ଆହତ ପ୍ରକାଶ ଗୃହରକ୍ଷୀ କାର୍ଯ୍ୟ ସହିତ ଥାନାର ଗାଡ଼ି ମଧ୍ୟ ଚଳାଉଥିଲେ।
ବୋମାମାଡ଼ ସମୟରେ ଅନ୍ୟ କର୍ମଚାରୀମାନେ ଥାନା ଭିତରେ ଥିବାରୁ ବର୍ତ୍ତି ଯାଇଥିଲେ। ତେବେ ଏହି ବୋମା ମାଡ଼ କିଏ, କାହିଁକି ଓ କେଉଁ ଉଦେଶ୍ୟ ନେଇ କରିଛି, ତାହା ଜଣା ପଡ଼ିନାହିଁ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳକୁ ଉଚ୍ଚପଦାଧିକାରୀ ଗସ୍ତ କରିଛନ୍ତି।