ପ୍ରେମ କରିବା ମହଙ୍ଗା ପଡ଼ିଲା, ଜେଲ୍‌ ଗଲା ମଙ୍ଗୁଳା ବର

ବିଂଝାରପୁର: ବିବାହ କରିବାକୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ  ଜଣେ ମଙ୍ଗୁଳିଆ ବରକୁ ପୁଲିସ ଉଠାଇ ନେଇଛି। ଅଭିଯୁକ୍ତ ବର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲା। ପରେ ଅନ୍ୟତ୍ର ବିବାହ କରିବାକୁ ମଙ୍ଗୁଳି ହୋଇଥିବା ପ୍ରତାରକ ବରକୁ ଜେଲ୍‌ ଯିବାକୁ ପଡ଼ିଛି।
ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନସ୍ଥ ଜୁଆଣିଆ ଗ୍ରାମର ପ୍ରଫୁଲ୍ଲ ଯେନାଙ୍କ ପୁଅ ପ୍ରତାପ(୨୬) ବିଂଝାରପୁର ଥାନା ବରପଦା ଗ୍ରାମର ଜଣେ ଯୁବତୀଙ୍କୁ ୨ ବର୍ଷ ହେଲା ପ୍ରେମ କରୁଥିଲା। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀ ଜଣକ ବିବାହ ପାଇଁ ଜିଦ୍ ଧରିବାରୁ ଅଭିଯୁକ୍ତ ଆଉ ଧରାଛୁଆଁ ଦେଉନଥିଲା। ଏବେ ଅନ୍ୟତ୍ର ବିବାହ ପାଇଁ ଅଭିଯୁକ୍ତ ପ୍ରତାପ ମଙ୍ଗୁଳି ହୋଇ ସାରିଥିଲା। ଖବର ପାଇ ଯୁବତୀ ଜଣକ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଂଝାରପୁର ଥାନା କେସ୍‌ ନମ୍ବର ୪୯/୧୯ରେ ମାମଲା ରୁଜୁ କରି ପୁଲିସ୍‌ ଗତ ୧୫ ତାରିଖ ରାତିରେ ଆଳି ପୁଲିସ ସହାୟତାରେ ଜୁଆଣିଆ ଗ୍ରାମରୁ ଅଭିଯୁକ୍ତ ପ୍ରତାପକୁ ଗିରଫ କରି ଥାନାକୁ ଆଣିଥିଲା। ଡାକ୍ତରୀ ମାଇନା କରାଯାଇ  ପୁଲିସ୍‌ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର