ରାସ୍ତା କଡ଼କୁ ଖସିଲା କାର

କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ କନ୍ତପଡ଼ା ପେଟ୍ରୋଲପମ୍ପ ନିକଟରେ  ଏକ କାର ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡିଥିଲା ଫଳରେ କାରରେ ଥିବା ୫ ଜଣ ଯାତ୍ରୀ ଅଳ୍ପକେ ରକ୍ଷାପାଇ ଯାଇଛନ୍ତି i ସକାଳ ସାଢେ ୭ଟା ବେଳେ ଯାଜପୁରରୋଡ଼ରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ହୁଣ୍ତାଇ କାର ( ଓଡି ୦୯ଜେ ୦୧୨୫) କନ୍ତପଡ଼ା ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଖରାପ ଥିବାରୁ ଚାଳକ ଭାରସାମ୍ୟ ହରାଇଥିଲେ ା ସ˚ପୃକ୍ତ କାରଟି ରାସ୍ତାର ବାମ ପଟକୁ ଖସିଯାଇଥିଲା iଏହି କାରରେ ଯାତ୍ରା କରୁଥିବା ୫ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ା ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେi

ସମ୍ବନ୍ଧିତ ଖବର