ପୀଡ଼ିତାକୁ ନ୍ୟାୟ ଦେବାକୁ ଦାବି

ଦଶରଥପୁର: ବହୁଚର୍ଚ୍ଚିତ ଦଶରଥପୁର ଦୁଷ୍କର୍ମ ଘଟଣାରେ ଆଜି ରାଜ୍ୟ ମାନବାଧିକାର କମିଶନ ପହଞ୍ଚିଛି ଛାନ୍‌ଭିନ କରିଛନ୍ତି । ଘଟଣା ସମ୍ପର୍କରେ ବୁଝିବା ପାଇଁ ପୀଡିତାଙ୍କୁ ତାଙ୍କ ଘରେ ଭେଟିବା ସହ ସମବେଦନା ଜଣାଇଥିଲେ ମାନବାଧିକାର କମିଶନଙ୍କ ଏକ ପ୍ରତିନିଧି ଦଳ । ଅମାନୁଷିକ ଭାବେ ଦୁଷ୍କର୍ମ ଘଟାଇଥିବା ବିଜେଡି ଯୁବନେତାର ପୀଡିତାଙ୍କ ପ୍ରତି ପାଶବିକ ଅତ୍ୟାଚାର ସମ୍ପର୍କରେ ଜାଣିବା ପରେ ସ୍ତବ୍ଧ ହୋଇପଡିଥିଲେ । ଏହା ପରେ ଟିମ ପହଂଚିଥିଲା ମଂଗଳପୁର ଥାନାରେ । କାହାରି କୌଣସି ଚାପରେ ନପଡି ଯଥା ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ସହ ଉଚିତ ନ୍ୟାୟ ପ୍ରଦାନ କରିବାକୁ କହିଛନ୍ତି ।

ନଚେତ୍‌ ଉପରିସ୍ଥ ଅଧିକାରୀଙ୍କୁ ଫେରାଦ ହେବା ପାଇଁ ସଂଗଠନର ସଭାନେତ୍ରୀ ସସ୍ମିତା ଦାସ , ସଂପାଦକ ସ୍ୱୟଂପ୍ରଭା ସାହୁ , ସଭ୍ୟ ଇମାନ କଲ୍ୟାଣ ମହାନ୍ତି , ସମାଜସେବୀ କଳ୍ପତରୁ ପଣ୍ଡା , ଯାଜପୁର କିନର ସଂଗଠନର ସଭାପତି କାଜଲ କନିର ଓ ସଂପାଦକ ଲବ୍‌ଲି କିନର୍‌ କହିଛନ୍ତି । ଏହା ଛଡା ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ଵରେ ଥିବାରୁ ସେ ଏହି ସଂବେଦନଶୀଳ ଓ ଲଜ୍ଜାଜନକ ଘଟଣାରେ ହସ୍ତକ୍ଷପ କରନ୍ତୁ ବୋଲି ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର