ଡୁବୁରୀରେ କଂଗ୍ରେସର ମହିଳା ସମାବେଶ : କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼, ଭତ୍ତା ବୃଦ୍ଧି – ନିରଞ୍ଜନ

ଦାନଗଦି/ ଡୁବୁରୀ/ ସୁକିନ୍ଦା : ଯାଜପୁର ଜିଲ୍ଲାର ଡୁବୁରୀ ଠାରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ଯୋଗଦେଇ କହିଥିଲେ ଯେ, ରାଜ୍ୟରେ କ˚ଗ୍ରେସ ସରକାର ଶାସନ କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରାଯିବା ସହିତ ସାଧାରଣ ଚାଷୀ ଯଥା ୧ ଏକର ଜମି ଥିବା ଚାଷୀକୁ ମାଗଣାରେ ସୋଲାର ପମ୍ପ୍‌ ଯୋଗାଇ ଦିଆଯିବ। ସେହିପରି ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୩୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯିବ ‌ବୋଲି ସେ କହିଥିଲେ।

ଓଡିଶା ପ୍ରଦେଶ ମହିଳା କ˚ଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଆସାମର ସା˚ସଦ ତଥା ଏଆଇସିସି ସାଧାରଣ ସ˚ପାଦକ ଗୌରବ ଗୋଗୋଇ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପୂର୍ବତନ ମନ୍ତ୍ରୀ ଶରତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ, ମହିଳା କ˚ଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର