ଦୁର୍ନୀତି ନିବାରଣ ସପ୍ତାହ:ନିୟନ୍ତ୍ରଣ ଯୋଜନା ଫେଲ୍‌:୪ ବର୍ଷରେ ୪୬ଟି ମାମଲା

ଯାଜପୁରସଦର: ଜିଲ୍ଲାରେ ଦୁର୍ନୀତି ବଢ଼ି ବଢ଼ି ଚାଲିଥିବା ବେଳେ ମାମଲା ସଂଖ୍ୟା କିନ୍ତୁ କମିଛି। ଗତ ୪ ବର୍ଷ ମଧ୍ୟରେ ମାତ୍ର ୪୬ଟି ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।
ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଜାତୀୟ ଦୁର୍ନୀତି ନିବାରଣ ସପ୍ତାହ। ଏହା ଭିତରେ ବିଭାଗ ଓ ପ୍ରଶାସନ ପକ୍ଷରୁ ରାଲି, ସଚେତନତା ସଭା ଜରିଆରେ ଏହାକୁ ପାଳନ କରାଯାଉଥିବା ବେଳେ ପ୍ରକୃତ ପକ୍ଷେ ଦୁର୍ନୀତିର ଶିକାର ହେଉଥିବା ଗରିବ, ନୀରକ୍ଷର ବ୍ୟକ୍ତିଟିଏ କିପରି ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବ ସେ ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ। ଯାହାକି ନିବାରଣ ସପ୍ତାହ କେବଳ କାଚ ଘରର ଆଲୋଚନାରେ ସୀମିତ ରହୁଛି। ଯାହା ଜଣାଯାଇଛି ଜିଲ୍ଲାରେ ବିଭିନ୍ନ ବିଭାଗରେ ଦୁର୍ନୀତି ବଢ଼ିଥିବା ବେଳେ ଦୁର୍ନୀତି ରୋକିବାକୁ କୌଣସି ‌େଠାସ୍ ପଦକ୍ଷେପ ନିଆଯାଇନାହିଁ।
ସୂଚନା ଅନୁଯାୟୀ, ଜିଲ୍ଲାରେ ଚଳିତ ବର୍ଷ ଅର୍ଥାତ୍‌ ୨୦୧୮-୧୯ ବର୍ଷରେ ଏଯାବତ୍‌ ୧୧ଟି ଅଭିଯୋଗ ହୋଇଥିବା ବେଳେ ସେଥିମଧୢରୁ ଅବକାରୀ ଅଧୀକ୍ଷକ ୪୦ ହଜାର ଟଙ୍କାର ଲା˚ଚ ନେଇ ଧରାପଡିବା ଚଳିତ ବର୍ଷ ବିଭାଗ ପାଇଁ ବଡ ସଫଳତା ବୋଲି କୁହାଯାଉଛି। ସେହିପରି ୧୫-୧୬ରେ ୮ଟି, ୨୦୧୬-୧୭ରେ ୧୨ଟି, ୨୦୧୭-୧୮ରେ ୧୫ଟି କେସରେ ମାମଲା ରୁଜୁ କରାଯାଇଛି। ଏଥି ସହିତ ଏଯାବତ୍‌ ୪୨ଟି ଅଭିଯୋଗରେ ଚଢ଼ାଉ ପୂର୍ବରୁ ପ୍ରାଥମିକ ତଦନ୍ତ ଜାରି ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି।
ଜିଲ୍ଲା ଭିଜିଲାନସ ଅଧିକାରୀ ବନମାଳି ଧଳ କହିଛନ୍ତି ଲୋକ ସଚେତନ ହୋଇଛନ୍ତି କିନ୍ତୁ ଅଧିକା˚ଶ ଲୋକ ବିରୋଧ କରିବାକୁ ସାହସ କରିପାରୁନାହାନ୍ତି। ନଚେତ୍‌ ଦୁର୍ନୀତି ଉପରେ ବଡ ଧରଣ ଅଙ୍କୁଶ ଲାଗି ସାରନ୍ତା ବୋଲି କହିଛନ୍ତି। ଏଥି ସହିତ ଯେଉଁ ସରକାରୀ କର୍ମଚାରୀ କି ଅଧିକାରୀ କାମ ଓ ସହଯୋଗ ବିନିମୟରେ ଅର୍ଥର ଲାଳସା ରଖୁଛନ୍ତି ସେମାନଙ୍କ ବିରୁଦ୍ଧରେ ସମସ୍ତେ ସ୍ବର ଉଠାଇବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର