ପାର୍କରେ ପ୍ରେମୀ ଯୁଗଳଙ୍କ ଭିଡ଼

ଯାଜପୁରସଦର: ଥିଲା ଭାଲେଟାଇନ୍ସ ଡେ ବା ପ୍ରେମର ଦିବସ। ଏହି ଦିବସରେ ପ୍ରେମୀ ଯୁଗଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ ଲାଭ କରିବା ପରେ କୁସୁମାରେ ଭିଡ଼ ଜମାଇଥିଲେ। ସହର ନିକଟ ତ୍ରିଲୋଚନଶ୍ବର ମନ୍ଦିର ପରିସରରେ ଥିବା ପାର୍କରେ ମଧ୍ୟ ପ୍ରେମୀ ଯୋଡିଙ୍କ ଭିଡ ରହିଥିଲା। ସହରର ୩ଟି ସିନେମା ହଲରେ ମଧ୍ୟ କମ୍ ଭିଡ ନଥିଲା। ଜିଲ୍ଲାର ବଡଚଣା ଠାରୁ ବରୀ, ସୁକିନ୍ଦା ଠାରୁ ବାଲିଚନ୍ଦ୍ରପୁର ପ୍ରାୟ ସବୁ ଅଞ୍ଚଳରୁ ଯବୁପିଢ଼ି  ଦିନ ତମାମ ଯାଜପୁର ସହରରେ ଚକ୍କର କାଟିଥିଲେ। ବୁଲାବୁଲି କରି ବନ୍ଧୁମାନଙ୍କ ସହ ହୋଟେଲରେ ଖାଇବାର ମଜା ନେଇଥିଲେ। ଆସୁଥିବା ପ୍ରେମୀ ଯୋଡିମାନେ ସହରରେ ସୌନ୍ଦର୍ଯ୍ୟର କେନ୍ଦ୍ର ବିନ୍ଦୁ ପାଲଟିଥିବା କୁସୁମାକୁ ଦେଖିବାକୁ ଭୁଲି ନଥିଲେ। ଅପରାହ୍ନ‌ରେ କୁସୁମା ପ୍ରେମୀ ଯୋଡିଙ୍କୁ ନେଇ ଭରି ଉଠିଥିଲା। ମିଳିଥିବା ସୂଚନାନୁସାରେ ସଂଧ୍ୟା ସୁଦ୍ଧା କୁସୁମା‌ରୁ ୭୦୦ରୁ ଅଧିକ ଟିକେଟ ବିକ୍ରି ହୋଇଥିଲା।

ସମ୍ବନ୍ଧିତ ଖବର