ଡିଏମ୍‌ଏଫ୍‌ କାର୍ଯ୍ୟ ଅଧପନ୍ତରିଆ

ଦାନଗଦୀ: ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଅନୁଦାନରେ ଦାନଗଦୀ ବ୍ଲକ୍‌ର ବୁଦ୍ଧରାଜ ବିଦ୍ୟାପୀଠରେ ପ୍ରେକ୍ଷାଳୟ ଗୃହ (ଅଡିଟୋରିୟମ ହଲ୍‌) ନିର୍ମାଣ ଚାଲିଛି। ଏଥିପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଟେଣ୍ଡର ହୋଇ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଏକବର୍ଷ ବିତିଯାଇଥିଲେ ମଧ୍ୟ ତାହା ଅଧପନ୍ତରିଆ ହୋଇପଡ଼ିରହିଛି। ଯେତିକି ବ୍ୟୟବରାଦ ହୋଇଛି ସେତିକି ଅର୍ଥରେ କାମ ସଂପୂର୍ଣ୍ଣ ହୋଇପାରିନାହିଁ। ଉପଯୁକ୍ତ ଆକଳନ ନକରି କେଉଁ ପ୍ରକ୍ରିୟାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏଷ୍ଟିମେଟ୍‌ କରିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବିଭିନ୍ନ ଯୋଜନାରେ କାମ କରିବା ପାଇଁ କନିଷ୍ଠ ଯନ୍ତ୍ରୀମାନେ ଏଷ୍ଟିମେଟ୍‌ କରିଥାନ୍ତି। ବ୍ଲକର ମୁଖଶାଳା କୁହାଯାଉଥିବା ତ୍ରିଜଙ୍ଗା ପଞ୍ଚାୟତରେ ଏଭଳି କାମ ଚାଲିଛି। ଅନ୍ୟ ସ୍ଥାନରେ କିଭଳି ହେଉଥିବ ଅନୁମେୟ। କାମ ଶେଷ କରିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର