ପୁଅକୁ ପିଟିପିଟି ମାରିଦେଲା ବାପା

ହରିପୁର/ଯାଜପୁରସଦର : ଗତକାଲି ବିଳମ୍ବିତ ରାତିରେ ଯାଜପୁର ସଦର ଥାନା ପଦନା ଦଳିତ ସାହିରେ ନିଜ ଜନ୍ମିତ ପୁତ୍ରକୁ ବାପା କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ମାରି ଦେଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳିତ ସାହିରେ ବିଦ୍ୟାଧର ବେହେରା(୬୨) ନିଜ ପରିବାର ସହ ବାସ କରନ୍ତି। ତାଙ୍କର ବଡ ପୁଅ ଉପେନ୍ଦ୍ର(୩୨) ଜଣେ ଗାଡ଼ି ଡ୍ରାଇଭର। ତାଙ୍କର ପ୍ରଥମ ପତ୍ନୀଙ୍କର ଗୋଟିଏ ପୁଅ ଓ ଝିଅ ଥିବା ବେଳେ ଦ୍ୱିତୀୟ ପତ୍ନୀ ବାପ ଘରେ ରହିଆସୁଛନ୍ତି। ଗତକାଲି ରାତିରେ ମଦ ପିଇ ଘରେ ବାପା ଓ ସ୍ତ୍ରୀକୁ ଆକ୍ରମଣ କରିଥିଲା। ମାତ୍ର ଉତ୍ତ୍ୟକ୍ତ ବାପ ସେହି କାଠ ଫାଳିଆରେ ପିଟିବାରୁ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର