ନୀଳାଚଳ ଇସ୍ପାତ୍‌ କାରଖାନାରେ ହଟ୍‌ ଆଇରନ୍‌ ଟ୍ରେନ୍‌ ଦୁର୍ଘଟଣା; ମହିଳା କର୍ମଚାରୀ ମୃତ

ଯାଜପୁର/ନାନଗଦି: ଶନିବାର ସକାଳେ ଡିୟୁଟି କରିବାକୁ ନୀଳାଚଳ କାରଖାନାକୁ ଆସୁଥିବା ଜଣେ ମହିଳା କର୍ମଚାରୀଙ୍କର ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଘଟିଛି।

ମୃତ କର୍ମଚାରୀଜଣକ ହେଉଛନ୍ତି କବାଟବନ୍ଧ ଥାନା ଅଧୀନ ପାଇକରାପୁର ଅଞ୍ଚଳର ୩୪ ବର୍ଷୀୟ ଅନଙ୍ଗମଞ୍ଜରୀ ରାଉତ। ସେ ନାନଗଦିରେ ଭଡ଼ା ଘରେ ରହୁଥିବା ଅନଙ୍ଗମଞ୍ଜରୀ ନୀଳାଚଳ କାରଖାନାରେ ଇଲେକ୍ଟ୍ରି ସିନିୟର୍‌ ଅପରେଟର୍‌ ଭାବେ କାମ କରୁଥିଲେ।

ସେ ସକାଳେ କାରଖାନା ପରିସରରେ ସ୍କୁଟର୍‌ ଚଳାଇ ଯାଉଥିବା ବେଳେ ସେଠାରେ ହଟ୍‌ ଆଇରନ୍‌ ନେଇ ଯାଉଥିବା ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବ ନାନଗଦି ମେଡିକାଲ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର