ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍‌ଗଲା ଯୁବକ

ଛତିଆ : ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର ହଟକିଶୋର ନାୟକଙ୍କ ପୁଅ ରାମଚନ୍ଦ୍ର(୨୫)କୁ ଗିରଫ କରାଯାଇଛି। ଧାନମଣ୍ତଳ ନୋଡାଲ ହାଇସ୍କୁଲ୍‌ର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗତ ସୋମବାର ସ୍କୁଲ୍‌କୁ ଆସୁଥିବା ବେଳେ ଅଭିଯୁକ୍ତ ରାମଚନ୍ଦ୍ର ତାଙ୍କୁ ଅସଦାଚରଣ କରିଥିଲା। ଛାତ୍ରୀ ଜଣକ ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସାହୁଙ୍କୁ ଜଣାଇଥିଲେ। ପ୍ରଧାନଶିକ୍ଷକ ଶ୍ରୀ ସାହୁ ସଂପୃକ୍ତ ଛାତ୍ରୀଙ୍କ ପରିବାର ଓ ବିଦ୍ୟାଳୟ କମିଟି ସହ ଆଲୋଚନା କରିବା ପରେ ମଙ୍ଗଳବାର ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବଡ଼ଚଣା ଥାନାଧିକାରୀ ଦୀପକ ଜେନାଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ରକୁ ଗିରଫ କରାଯାଇଥିଲା। ବଡ଼ଚଣା ଥାନା କେସ୍‌ ନମ୍ବର ୧୫୪/୧୯ ରେ ଏକ ମାମଲା ରୁଜୁ କରି ପୁଲିସ  ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଧାନମଣ୍ତଳ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର