ବି˚ଝାରପୁର/ସିଂହପୁର : ବି˚ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ବି˚ଝାରପୁର ପଞ୍ଚାୟତର କେତେକ ଯୁବକ ୪ଦିନ ତଳେ ଅପହରଣ କରିନେଇ ଏକ ନିଛାଟିଆ ଘରେ ଗଣଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ମା’ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୨୪୦/୧୮ ଧାରା ୩୬୩, ୩୬୬,୩୭୬(ବି)(ଏ) ୬ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ବିଂଝାରପୁର ପିକେଇ ଛକର ଜଣେ ଯୁବକକୁ ଅଟକ ରଖିଛି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବି˚ଝାରପୁର ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ପଢୁଥିବା ନାବାଳିକାକୁ ଗତ ଦୁଧବାର ଦିନ ଅପରାହ୍ଣରେ ବି˚ଝାରପୁର ପଞ୍ଚାୟତର କେତେଜଣ ଯୁବକ ମିଶିି ବାଲି ଆଣିବାକୁ ଯାଉଥିବା ଏକ ମିନିଟ୍ରକରେ ଅପହରଣ କରି ନେଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ଝିଅକୁ ପାଇ ନଥିଲେ। ଡିଣ୍ତି ସାହିରେ ଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ନାବାଳିକାକୁ ପରିବାର ଲୋକ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ନାବାଳିକାଙ୍କ ମା ବି˚ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବି˚ଝାରପୁର ପୁଲିସ ଗତକାଲି ବିଳମ୍ବିତ ରାତିରେ ଚଢଉ କରି ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି। ଅନ୍ୟତମ ଅଭିଯୁକ୍ତ ଖସି ପଳାଇଛନ୍ତି। ଅନ୍ୟପଟେ ନାବାଳିକା ଛାତ୍ରୀଙ୍କ ଡାକ୍ତରୀ ମଇନା କରାଇବା ସହ ଅଟକ ଯୁବକର ମଧ୍ୟ ଡାକ୍ତରୀ ମଇନା ହୋଇଛି। ମିନିଟ୍ରକ ଡ୍ରାଇଭରକୁ ବି˚ଝାରପୁର ପୁଲିସ ପଚରା ଉଚରା କରି ବ୍ୟକ୍ତିଗତ ମୁଚାଳିକାରେ ଛାଡି ଦେଇଛି।