ଯାଜପୁର: ଝରଣା ପାଣି ଅବରୋଧ ଘଟଣାରେ ପ୍ରଦୂଷଣ ବିଭାଗର ଉଚ୍ଚସ୍ତରୀୟ କମିଟିର ତଦନ୍ତ

ଯାଜପୁର: ଟାଟା କମ୍ପାନି ଡମ୍ପିୟାର୍ଡ ଯୋଗୁଁ ଝରଣାପାଣି ଅବରୋଧ ଘଟଣାରେ ବୁଧବାର ପ୍ରଦୂଷଣ ବିଭାଗର ଉଚ୍ଚସ୍ତରୀୟ କମିଟି ତଦନ୍ତ କରିଛି। ଏହି ଅଞ୍ଚଳରେ କମ୍ପାନି ଦ୍ୱାରା ଝରଣା ପାଣି ଅବରୋଧ କରାଯିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଝରଣା ପାଣି ଅବରୋଧ କରିବାକୁ କମ୍ପାନି ତରଫରୁ ଅନୁମତି ନିଆଯାଇ ନଥିଲା।

ଝରଣା ପାଣିକୁ ଅବରୋଧ କରାଯିବାରୁ ସୁକିନ୍ଦା ବ୍ଲକର କଳରଙ୍ଗୀଆଟ ଗ୍ରାମପଞ୍ଚାୟତର ଦେହୁରୀସାହି, କାକୁଡ଼ିଆ ଗ୍ରାମର ଲୋକେ ପ୍ରଭାବିତ ହୋଇଥିଲେ। ଏନେଇ ଗତ ଜୁଲାଇରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଅଭିଯୋଗ ହୋଇଥିଲା। ଏନ୍‌ଜିଟିରୁ ନିର୍ଦ୍ଦେଶ ମିଳିବା ପରେ ପ୍ରଦୂଷଣ ବିଭାଗର ଉଚ୍ଚସ୍ତରୀୟ କମିଟି ଦ୍ୱାରା ସମୀକ୍ଷା କରାଯାଉଛି।

ସମ୍ବନ୍ଧିତ ଖବର