କାମାକ୍ଷାନଗର: ମାନସିକ ବିକାର ଗ୍ରସ୍ତ ପୁଅର ଠେଙ୍ଗା ମାଡରେ ୭୫ ବର୍ଷୀୟ ବୃଦ୍ଧା ମାଆର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମକୁଆକାଟେଣି ଗାଁରେ ଅଘଟଣ। ମୃତକ ହଲେ ବୈଦେଈ ସାହୁ(୭୨)। ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତିରେ ବୃଦ୍ଧା ଜଣଙ୍କ ଓ ତାଙ୍କର ମାନସିକ ବିକାରଗ୍ରସ୍ତ ପୁଅ ବିଷ୍ଣୁପ୍ରସାଦ ସାହୁ ଖାଇ ସାରି ଘରେ ଶୋଇଥିଲେ। ରାତି ପ୍ରାୟ ୩ ଟା ସମୟ ହେବ ପୁଅ ଜଣଙ୍କ ଉଠି ପଳାଉଥିଲା। ବୃଦ୍ଧା ମା ଜଣକ ତାଙ୍କୁ ଅଟକାଇବାରୁ ବିଷ୍ଣୁପ୍ରସାଦ ସେଠାରେ ପଡିଥିବା ଏକ ଠେଙ୍ଗାରେ ପିଟିଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଗ୍ରାମବାସୀ ପାଗଳ ପୁଅକୁ ରଶିରେ ବାନ୍ଧି ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ କଙ୍କଡାହାଡ଼ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କାଙ୍କ ସମେତ ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଅକୁ ଥାନାରେ ଅଟକ ରଖାଯାଇଛି।
ମାନସିକ ବିକାରଗ୍ରସ୍ତ ପୁଅର ଠେଙ୍ଗା ମାଡରେ ୭୫ ବର୍ଷୀୟ ବୃଦ୍ଧା ମାଆ ମୃତ
/sambad/media/post_attachments/wp-content/uploads/2019/11/BlueStacks_ScreenShot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)