ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା-ନାକପୋଲ ରାସ୍ତାର ନୂଆଗାଁ(ଆଇଟିଆଇ) ନିକଟରେ ଆଜି ସନ୍ଧ୍ୟାରେ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟି ନେଇଛନ୍ତି। ଶିକ୍ଷୟିତ୍ରୀଙ୍କ ପରିଚୟ ମିଳିନଥିବା ବେଳେ ସେ ଓଡ଼ଙ୍ଗ ହାଇସ୍କୁଲ୍‌ରେ ଶିକ୍ଷକତା କରୁଛନ୍ତି। ନାକପୋଲ ହାଇସ୍କୁଲ୍‌ର ପୂର୍ବତନ ପ୍ରଧାନଶିକ୍ଷକ ଯଦୁନାଥ ଧଳଙ୍କ ଝିଅ ଏହି ଶିକ୍ଷୟିତ୍ରୀ ଜଣକ ଲୁଟ୍‌ ପରେ ଭୟଭୀତ ହୋଇ ପଡ଼ିଥିଲେ। ଏନେଇ ପୁଲିସ୍‌ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ପ୍ରକାଶ ଥାଉକି ଗତ ୨୨ ତାରିଖରେ ଏହି ରାସ୍ତାରେ ମୁରାରୀପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ରୀନାରାଣୀ ପତିଙ୍କ ବେକରୁ ଦୁଇ ଜଣ ଦୁର୍ବୃତ୍ତ ସୁନାଚେନ୍‌ ଝାମ୍ପିନେଇଥିଲେ। ବାରମ୍ବାର ଏହି ରାସ୍ତାରେ ରହାଜାନୀ ହେଉଥିଲେ ମଧ୍ୟ ଲୁଟେରାମାନଙ୍କୁ ଧରିବାରେ ପୁଲିସ୍‌ ସକ୍ଷମ ହୋଇପାରୁନାହିଁ। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର