ମିଶ୍ରିଲାଲ୍‌ ଖଣିରେ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ଚଢ଼ଉ

କାଳିଆପାଣି : ସୁକିନ୍ଦା ତହସିଲ କାଳିଆପାଣି ଥାନା ଅନ୍ତର୍ଗତ ମିଶ୍ରିଲାଲ୍‌ କମ୍ପାନି ଅଧୀନ ସାରୁଆବିଲ କ୍ରୋମାଇଟ୍‌ ଖଣିରେ ଆଜି ମାଇନି˚ ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ରାଜ୍ୟ ଖଣି ନିର୍ଦେଶକ ଦୀପକ କୁମାର ମହାନ୍ତିଙ୍କ ନିର୍ଦେଶ କ୍ରମେ ଖଣି ନିର୍ଦେଶାଳୟର ଖଣି ଅଧିକାରୀ ଦିଲ୍ଲୀପ କୁମାର ସାହୁ ଓ ଯାଜପୁରରୋଡ଼ ସର୍କଲ ଖଣି ଅଧିକାରୀ ଅସୀତ୍‌ ବେହେରାଙ୍କ ନେତୃତ୍ବରେ ଏକ ୭ ଜଣିଆ ସ୍କ୍ବାଡ୍‌ ଅପରାହ୍ନ ୪ଟା ବେଳେ ଖଣିରେ ପ୍ରବେଶ କରିଥିଲେ। ଏହି ଦଳରେ ଖଣି ନିରୀକ୍ଷକ ବସନ୍ତ କୁମାର ସାହୁ, ଖଣି ନିରୀକ୍ଷକ ପି. ପଣ୍ତା ଏବ˚ ରାଜସ୍ବ ବିଭାଗ, ବନ ବିଭାଗ ଓ ପୁଲିସ୍‌ ବିଭାଗର ଅଧିକାରୀ ସାମିଲ ଥିଲେ। ଏହି ପ୍ରତିନିଧି ଦଳ ଖଣିର ବିଭିନ୍ନ ଓର‌୍‌ ପ୍ଲଟ୍‌, ଷ୍ଟକ୍‌ୟାର୍ଡ ଓ ଡମ୍ପି˚ ୟାର୍ଡକୁ ଯାଞ୍ଚ୍‌ କରିଥିଲେ। ଉକ୍ତ ମାପ ଓ ଆୟତନକୁ ମାଇନି˚ ଷ୍ଟକ୍‌ ରେଜିଷ୍ଟର ଓ ଲେଜର ସହ ତୁଳନା କରିଥିବା ଜଣାପଡ଼ିଛି। ଏଥିସହ ଖଣିଜ ଉତ୍ତୋଳନ ଓ ପରିବହନ ସମୀକ୍ଷା କରିଥିବା ଜଣାପଡ଼ିଛି।
ସାରୁଆବିଲ କ୍ରୋମାଇଟ୍‌ ଖଣିର ସହକାରୀ ମହାପ୍ରବନ୍ଧକ ସୁଧା˚ଶୁ ଶେଖର ମିଶ୍ର ଓ ଖଣି ପ୍ରବନ୍ଧକ ଶୁଭ୍ରା˚ଶୁ ଶେଖର ପାଲ, ଯନ୍ତ୍ରୀ ଓ ଭୂତତ୍ତ୍ବବିତ୍‌ଙ୍କୁ ଖଣିର ସା˚ପ୍ରତିକ ସ୍ଥିତି ସ˚ପର୍କରେ ପଚାରି ବୁଝିଥିଲେ। ଆଗାମୀ ୨୦୨୦ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଖଣିର ଲିଜ୍‌ ଅବଧି ରହିଛି। ଏହା ମିଳିତ ସ୍କ୍ବାଡ୍‌ର ବୈଧାନିକ ଓ ନିୟମିତ ନିରୀକ୍ଷଣ ବୋଲି କହିବା ସହ ଏଥିରେ କୌଣସି ନୂତନତ୍ବ ନାହିଁ ବୋଲି ଖଣି ଅଧିକାରୀ ଶ୍ରୀ ବେହେରା କହିଥିଲେ। ତେବେ ଏହି ଚଢ଼ଉ ଏତେ ଗୋପନୀୟ ଥିଲା ଯେ, ମାଇନି˚ ସ୍କ୍ବାଡ୍‌ ଖଣିରେ ପହଞ୍ଚିବା ପର୍ଯ୍ୟନ୍ତ ମିଶ୍ରିଲାଲ୍‌ ଖଣି କର୍ତ୍ତୃପକ୍ଷ ଏହାର ସୁରାକ୍‌ ବି ପାଇନଥିଲେ।

ସମ୍ବନ୍ଧିତ ଖବର