ଡାହାଣୀ ସନ୍ଦେହ: ବଡ଼ମା’କୁ ଟାଙ୍ଗିଆ ଚୋଟ

କାଳିଆପାଣି : ଟମକା ଥାନା କିଆଝର ପଞ୍ଚାୟତ ଅନ୍ତର୍ଗତ ସମରପିଟା ଗାଁରେ ଗତକାଲି ସଂଧ୍ୟାରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଡାହାଣୀ ସନ୍ଦେହରେ ଉକ୍ତ ଗାଁର ଜନୈକ ଯୁବକ ନିଜ ବଡ଼ମା’କୁ ଏକ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଛି। ଆହତ ବୃଦ୍ଧା ଜଣକ ଏବେ ଚିକିତ୍ସାଧୀନ ଅଛନ୍ତି। ଥାନା ଅଧିକାରୀ ପାରାଉ ଟୁଡ଼ୁଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ପୁଲିସ୍‌ ଦଳ ଅଭିଯୁକ୍ତ ଯୁବକ ରଞ୍ଜିତ ବେସ୍ରା(୨୦)କୁ ବିଳମ୍ବିତ ରାତି ଗାଁ ପାଖ ଜଙ୍ଗଲରୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଜବତ କରିଛନ୍ତି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର