ଅନୁସନ୍ଧାନ କରୁଥିବା ବର୍ଗ

ଯାଜପୁର

ପରୀକ୍ଷାଖାତାରେ ଛାତ୍ରଙ୍କ ଅଜବ ଉତ୍ତର: ଆମର ଶିକ୍ଷକ ନାହାନ୍ତି, ଅଧିକ ଆଶା କରନି

ଯାଜପୁରସଦର/ଟାଉନ୍‌ : ଆମର ଶିକ୍ଷକ ନାହାନ୍ତି, ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ। ପରୀକ୍ଷା ଖାତାରେ ଏଭଳି ଉତ୍ତର ଲେଖି ଜଣେ ନବମ ଶ୍ରେଣୀ ଛାତ୍ର ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଯାଜପୁର ବ୍ଲକ୍‌ର ଅଡ଼ଙ୍ଗସ୍ଥିତ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ଭରସା ୨୦ ବର୍ଷର ପୁରୁଣା ବାଉଁଶ ପୋଲ

ମଇନ୍ଦା: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ର ଚିକଣା ପଞ୍ଚାୟତରେ ମଦରିଙ୍ଗପାଳ ଗାଁରେ ବାଉଁଶ ପୋଲରେ ନାଳ ପାରି ହେଉଛନ୍ତି ଲୋକେ। ଏଠାରେ ୨୦ ବର୍ଷ ତଳେ ଏକ ପୋଲ ନିର୍ମାଣ ହୋଇଥିଲା। ତା’ ଉପରେ ଲୋକମାନେ ଯାତାୟାତ କରୁଥିଲେ। ବର୍ତ୍ତମାନ ଏହି ପୋଲଟି ଅତି ବିପଦପୂର୍ଣ୍ଣ ଅବସ୍ଥାରେ ଅଛି।…
ଅଧିକ ଖବର ଦେଖନ୍ତୁ...

ସୁକିନ୍ଦା ରାଜନୀତି: ଶରତଙ୍କ ନିରବତା, ଡାନି-ଟୁଟୁଙ୍କ ବଳକଷା

ସଂଗ୍ରାମ କେଶରୀ ସିଂହ ଯାଜପୁର: ଶିଳ୍ପ ଓ ଖଣି ଖାଦାନରେ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଜୀବନ ଓ ଜୀବିକାକୁ ନେଇ ରାଜନୀତି ଶାଣିତ ହେବାରେ ଲାଗିଛି। ଦାନଗଦୀ ଓ ସୁକିନ୍ଦା ବ୍ଲକ୍‌କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ କଳିଙ୍ଗନଗର ଇସ୍ପାତ ରାଜଧାନୀ ସହିତ କାଳିଆପାଣି କ୍ରୋମ…
ଅଧିକ ଖବର ଦେଖନ୍ତୁ...

ଫେରିବ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି, ଦିଲ୍ଲୀ ଗଲେ ମନ୍ଦିର କର୍ତ୍ତୃପକ୍ଷ

ଚଣ୍ଡିଖୋଲ: ଅଢ଼େଇ ବର୍ଷ ପୂର୍ବରୁ ଚୋରି ଯାଇଥିବା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣ ଗ୍ରାମର ଅଷ୍ଟଧାତୁ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଆଜି ପୁଲିସ ଓ ମନ୍ଦିର କମିଟିର ଏକ ଦଳ ଦିଲ୍ଲୀ ଯାତ୍ରା କରିଛନ୍ତି। ଏହି ଟିମ୍‌ରେ ଜିଲ୍ଲା ପୁଲିସ ମୁଖ୍ୟାଳୟର ଦୁଇ ଅଧିକାରୀ,…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଘରୁ ଟଙ୍କା, ସୁନାଗହଣା ଚୋରି

ଧର୍ମଶାଳା : ଧର୍ମଶାଳା ଥାନା ଚହଟା(ମୁସ୍ତଫାନଗର) ଗ୍ରାମର ଆଇନଜୀବୀ ସ୍ବର୍ଗତ ମହମ୍ମଦ ନିୟାଜ୍ ହବିବ୍‌ଙ୍କ ପତ୍ନୀ ସବିନା ଖାତୁନ୍‌ଙ୍କ ଘରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଛି। ଏସଂପର୍କରେ ତାଙ୍କ ଦିଅର ଡ. ମହମ୍ମଦ ମୁସ୍ତାକ୍ ହବିବ୍…
ଅଧିକ ଖବର ଦେଖନ୍ତୁ...

ଦର୍ଶନ ଉଚ୍ଚବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି

ବ୍ରହ୍ମବରଦା: ବ୍ରହ୍ମବରଦା ଥାନା ଅଧୀନ ରାଉତରାପୁର ପଞ୍ଚାୟତ କୁଣ୍ତପାଟଣା ଗ୍ରାମର ଦର୍ଶନ ଉଚ୍ଚବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଅଭିଯୋଗ ପରେ ବ୍ରହ୍ମବରଦା ପୁଲିସ ୧୩୭/୨୩ରେ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। କେହି ଦୁର୍ବୃତ୍ତ…
ଅଧିକ ଖବର ଦେଖନ୍ତୁ...

ଲୁଣାପାଣି ସମସ୍ୟା; ଗୋଟିଏ ନଳକୂଅ ଭରସାରେ ହଜାରେ ଲୋକ

ଚଣ୍ତିଖୋଲ: ଗାଁ ମୁଣ୍ତଦେଇ ବୋହିଯାଇଛି ଗୋବରୀ ନଈ। କିନ୍ତୁ ବିଶୁଦ୍ଧ ପାଣି ମୁନ୍ଦାଏ ଗାଁ ଲୋକଙ୍କୁ ମିଳୁନି। କେବଳ ଖରାଦିନ ନୁହେଁ ବର୍ଷତମାମ ନଳକୂଅରୁ ଲୁଣିଆ ଓ ଗୋଳିପାଣି ଆସୁଛି। ଏଭଳି ସମସ୍ୟା ଯୋଗୁଁ ବଡ଼ଚଣା ବ୍ଲକ୍‌ର ନଈକୂଳିଆ ଭରତପୁର ପଞ୍ଚାୟତ ପଡ଼ା ଗାଁ ମହାକାଳପଡ଼ାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଖବରକାଗଜ ପଢ଼ିବାର ଅଭ୍ୟାସ: ଭତ୍ତା ଟଙ୍କାରେ କିଣୁଛନ୍ତି ସମ୍ବାଦ

ଟମକା: ବୟସ ୮୫ ବର୍ଷ ଛୁଇଁଲାଣି। ହେଲେ ଖବରକାଗଜ ପଢ଼ିବାର ଅଭ୍ୟାସ ଛାଡ଼ି ନାହାନ୍ତି। ସକାଳୁ ସକାଳୁ ସମ୍ବାଦ ନଦେଖିଲେ ଦିନସାରା କିଛି ଗୋଟାଏ ଅଧୁରା ରହିଗଲା ପରି ଲାଗେ। ଖବରକାଗଜ କିଣିବା ପାଇଁ ସେ ନିଜ ବାର୍ଦ୍ଧକ୍ୟ ଭତ୍ତାରୁ ଦୁଇଶହ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏପରି ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଜନସଂଖ୍ୟାବିଶିଷ୍ଟ ସହରରେ ବ୍ୟବସ୍ଥିତ ଶ୍ମଶାନ ନାହିଁ

ବ୍ୟାସନଗର: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ସହରରେ ମୌଳିକ ସୁବିଧା ମିଳୁନି। ରାସ୍ତାଘାଟ ଠାରୁ ଡ୍ରେନ୍‌, ଆଲୋକୀକରଣ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୌର କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ବିକାଶ ଅଭାବରୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗାଁରେ ବନ୍ଧାପଡୁଛନ୍ତି ବନ୍ୟପ୍ରାଣୀ, ପୋଷା ମାନୁଛନ୍ତି ବାର୍‌ହା

କାଳିଆପାଣି: ଜଙ୍ଗଲ ପାଖ ଆଦିବାସୀ ବହୁଳ ଇଲାକାର ଗାଁଗାଁରେ ବିରଳ ବନ୍ୟପ୍ର‌ାଣୀ ବନ୍ଧା ପଡ଼ୁଛନ୍ତି। ହିଂସ୍ରପଶୁ ହେଲେ ବି ଏହାକୁ ଅତି ସହଜରେ କାବୁକରି ପୋଷା ମନାଇ ରଖାଯାଉଥିବା ଦେଖିବାକୁ ମିଳିଛି। ଏମିତି ଏକ ବାର୍‌ହା ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଚିଙ୍ଗୁଡ଼ିପାଳ ପଞ୍ଚାୟତ ସୀମାନ୍ତ…
ଅଧିକ ଖବର ଦେଖନ୍ତୁ...