ଇଏ ବି ଜଣେ ମହିଳା; ଜୀବନ ସହ କରୁଛନ୍ତି ସଂଗ୍ରାମ

ଡୁବୁରି : ଦାନଗଦି ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଚାନ୍ଦିଆଗୋଠ ଗ୍ରାମର ବାବୁଲା ସୋରେନ୍‌ଙ୍କ ପତ୍ନୀ ସେବତୀ ସୋରେନ୍‌(୩୩) ଶଯ୍ୟାରେ ପଡି ମୃତ୍ୟୁସହ ସଂଗ୍ରାମ କରୁଥିବା ଜଣାପଡିଛି ।

ସୂଚନା ଅନୁସାରେ, ସେବତୀଙ୍କର ପ୍ରଥମେ ଦାନ୍ତଜନିତ ରୋଗ ଦେଖାଦେଇଥିଲା । କ୍ରମଶଃ ଏହି ରୋଗଟି ବ୍ୟାପିବାରେ ଲାଗିଥିଲା। ଚିକିତ୍ସା କରାଇବା ନିମନ୍ତେ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ଉନ୍ନତ ଚିକିତ୍ସା ନିମନ୍ତେ କଟକ ବଡମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା । କିନ୍ତୁ ଦିନକୁ ଦିନ ଦାନ୍ତମୂଳ ଓ ମାଢିରେ ଏକ ବଡ ଧରଣର ଘା ସୃଷ୍ଟି ହୋଇଥିଲା । ଏହାକୁ ଚିକିତ୍ସା ନିମନ୍ତେ ବାରମ୍ବାର ଏଣେତେଣେ ଦୈାଡିଦୈାଡି ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇପଡିଛନ୍ତିା ସେବତୀଙ୍କୁ ଦାନଗଦି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଥର ଅପରେସନ୍‌ କରାଯାଇଥିଲେ ମଧ୍ୟ କୈାଣସି ପରିବର୍ତନ ହୋଇପାରିନଥିଲା ।  ବର୍ତମାନ ତାଙ୍କର ଡାହାଣପଟ ମୁଖଟିରେ ଏକ ବଡ ଗର୍ତ ସୃଷ୍ଟି ହୋଇଛି । ମୁଖଟିକୁ ଦେଖିଲେ ଅବସ୍ଥା ସଂକଟାପନ୍ନ ଥିବା ସହ ରାତିଦିନ ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥିବା ପରିବାର ଲୋକେ କହିଛନ୍ତି । ସ୍ୱାମୀ ବାବୁଲା ଦିନମଜୁରିଆ ହୋଇଥିବାରୁ ଏହି ରୋଗଟିର ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ କରିପାରୁନାହିଁ।

ଫଳରେ ସେବତୀର ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତୁରନ୍ତ ଏହି ରୋଗୀଟିକୁ ଉନ୍ନତ ମାନର ଚିକିତ୍ସା ନ କଲେ ଜୀବନହାନୀ ମଧ୍ୟ ଘଟିବାର ଆଶଙ୍କା ଦେଖାଦେଇଛି । ତେଣୁ ଏହି ରୋଗୀଟିକୁ  ଚିକିତ୍ସା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟବିଭାଗ ତଥା ରାଜ୍ୟ ସରକାରଙ୍କ ନିକଟରେ ବାବୁଲା ସହିତ ଗ୍ରାମବାସୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର