ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳ

ଯାଜପୁରସଦର: ଯାଜପୁର ଜିଲ୍ଲା ସବୁ ସମୟରେ ବର୍ଷା, ବନ୍ୟା ଓ ବାତ୍ୟା ଦ୍ବାରା ପ୍ରଭାବିତ ହେଉଥିବାରୁ ଏହାକୁ ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ଭାବେ ଗଣନା କରାଯାଏ। ମହାବାତ୍ୟା ପରେ ଜିଲ୍ଲାରେ ଅନେକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ମାତ୍ର ସେଥିମଧ୍ୟରୁ ଅଧିକାଂଶ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରଶାସିନକ ଅବହେଳା ଓ ଦାୟିତ୍ବହୀନତା ଯୋଗୁ ‌ଅନେକଗୁଡ଼ିଏ ଭୂତକୋଠିରେ ପରିଣତ ହୋଇଛି।
ମହାବାତ୍ୟା ପରେ ମଧ୍ୟପ୍ରଦେଶ ଯାଜପୁର ଜିଲ୍ଲାକୁ ପୋଷ୍ୟ ଭାବେ ଗ୍ରହଣ କରିବା ସହିତ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ଭଗ୍ନପ୍ରାୟ ହୋଇ ପଡିଛି। କେତେକରେ ଲୋକେ ଗୋରୁଗାଈ ରଖୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ଜିଲ୍ଲାରେ ବତର୍ମାନ ନୂତନ ଭାବେ ୨୬ଟି ବାତ୍ୟା ଆଶ୍ରୟସ୍ଥଳ ମଧ୍ୟରୁ ବଡଚଣାରେ ୫ଟି, ବରୀରେ ୭ଟି, ବିଂଝାରପୁରରେ ୩ ଟି, ଦାନଗଦିରେ ୧ଟି, ଧର୍ମଶାଳାରେ ୨ଟି, ଯାଜପୁରରେ ୫ଟି, କୋରେଇରେ ୨ଟି ଓ ରସୁଲପୁରରେ ଗୋଟିଏ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ରହିଛି।
ପୂର୍ବରୁ ଯାଜପୁର ବ୍ଲକର ଛତିଶିଦେବିଲି ପଞ୍ଚାୟତ ମହମ୍ମସଜମାପୁର ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ମହମ୍ମଦଜମାପୁରର ସ୍କୁଲ ଅଫିସ ଚାଲିଛି। ଏହା ସଂପୂର୍ଣ୍ଣ ବିପଦ ସଂକୁଳ ଅବସ୍ଥାରେ ରହିଛି। ବରୀ ବ୍ଲକର ବୋଦୁଅ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୋରୁଗାଈଙ୍କ ଆଶ୍ରୟ କେନ୍ଦ୍ର ପାଲଟିଥିବା ବେଳେ ଲୋକେ ଜାଳ କୁଟା ରଖୁଛନ୍ତି। ଅମଠପୁର ପଞ୍ଚାୟତ ଗୋପାଳଚରଣ ନୋଡାଲ ବିଦ୍ୟାଳୟରେ ଚାଲିଥିବା ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। ଏଠାରେ ଛାତ ଫାଟି ଆଁ କରିଥିବା ବେଳେ ବର୍ଷା ହେଲେ ପାଣି ଗଳୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର