ଯାଜପୁର: ନଦୀରେ ଭାସୁଥିବା ଭଉଣୀ ଉଦ୍ଧାର, ଭାଇ ନିଖୋଜ

ଯାଜପୁର: ଖରସ୍ରୋତା ନଦୀରେ ଭାସୁଥିବା ଭଉଣୀ ଉଦ୍ଧାର ହୋଇଥିବା ବେଳେ ଭାଇ ନିଖୋଜ ହୋଇ ଯାଇଛନ୍ତି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପାସି ଗାଁରେ ଏହି ଅଭାବନୀୟ ଘଟଣା ଦେଖାଯାଇଛି। ଉପେନ୍ଦ୍ର ଜେନାଙ୍କ ପୁଅ ଛବି ଜେନା(୧୪) ଓ ହେମନ୍ତ ଜେନା(୨୨) ବୁଧବାର ଅପରାହ୍ନରେ ଯଜ୍ଞପଡ଼ିଆ ଗାଁରେ ଚାଲିଥିବା ଯାଦୁ ଦେଖିବାକୁ ଯାଇଥିଲେ। ଛବି ମାନସିକ ରୋଗୀ ଥିବାରୁ ତା’ର ସ୍ୱାସ୍ଥ୍ୟ ପରାମର୍ଶ କରିବା ଲାଗି ଭାଇ-ଭଉଣୀ ସେଠାକୁ ଯାଇଥିଲେ।

ଫେରିବା ବାଟରେ ଛବି ଚଳନ୍ତା ଅଟୋରୁ ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲା। ଛବି ଯେତେବେଳେ ନଦୀକୁ ଡେଇଁ ଥିଲା, ସେହି ସମୟରେ ଅଟୋଟି ନଦୀବନ୍ଧ ଦେଇ ଯାଉଥିଲା। ଭଉଣୀ ନଦୀକୁ ଡେଇଁବା ପରେ ହେମନ୍ତ କିଛି ନ ବୁଝି ବିଚାରି ଯଥାଶୀଘ୍ର ପାଣିକୁ ଡେଇଁ ପଡ଼ି ଥିଲା। ପରେ ସ୍ଥାନୀୟ ଲୋକେ ଛବିକୁ ପାଣିରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଉପେନ୍ଦ୍ରକୁ ଉଦ୍ଧାର କରି ପାରି ନାହାନ୍ତି। ନଦୀର ଜଳ ସ୍ରୋତ ପ୍ରଖର ଥିବାରୁ କିଛି କ୍ଷଣ ଭିତରେ ଉପେନ୍ଦ୍ର କୁଆଡେ ଭାସିଯାଇଥିଲା, ପତ୍ତା ମିଳି ନ ଥିଲା।

ସମ୍ବନ୍ଧିତ ଖବର