ଯାଜପୁର: ପାହାଡରୁ ପଥର ଖସି ୩ ଗୁରୁତର, କଟକ ସ୍ଥାନାନ୍ତର

ବେଆଇନ ଖଣି ଉତ୍ତୋଳନ ବେଳେ ଦୁର୍ଘଟଣା

ଯାଜପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାପୁର ପାହାଡରେ ଶନିବାର ଡ୍ରିଲିଂ କରୁଥିବା ବେଳେ ପଥର ଖସି ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ବ୍ୟକ୍ତିମାନଙ୍କର ପରିଚୟ ମିଳି ନଥିବା ବେଳେ, ସେମାନେ ବାହାର ଜିଲ୍ଲାର ଶ୍ରମିକ ବୋଲି ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପାହାଡରୁ ବେଆଇନ ପଥର ଚୋରା ଚାଲାଣ ବେଳେ ଏହି ଦୁର୍ଘଟଣା ଘଟିଛି। ପଥର ମାଫିଆମାନେ ଏଠାରୁ ଟ୍ରକ ମାଧ୍ୟମରେ ପଥର ଚୋରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ, ସାମାନ୍ୟ ଶ୍ରମିକଙ୍କ ସ୍ୱାର୍ଥକୁ ବହୁ ଅବହେଳା କରିଥାନ୍ତି। ଯାଜପୁର ଜିଲ୍ଲାର ବହୁ ସ୍ଥାନରେ ପାହାଡକୁ ଖଣିମାଲିକ ମାନଙ୍କୁ ଲିଜ ଦିଆଯାଉଛି। ଆହୁରି ଅନେକ ସ୍ଥାନରେ ପ୍ରଶାସନର ଜ୍ଞାତରେ ଅଥବା ଅଜାଣତରେ ପାହାଡ଼ରୁ ପଥର ଚୋରି ହେଉଛି।

ସମ୍ବନ୍ଧିତ ଖବର