ଯୁବକଙ୍କ ତଣ୍ଟିି କଟା ଘଟଣା:ମାମଲା ରୁଜୁ କଲା ପୁଲିସ୍‌

କୋରେଇ: ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ମସୁଦପୁର-ମକୁନ୍ଦବିନ୍ଧା (ବଡତ୍ରିଲୋଚନପୁର) ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କ ତଣ୍ଟିକଟା ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଆହତଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତର ଟେର୍‌ ପାଉନି। ହତ୍ୟା ଉଦ୍ୟମ କରିଥିବା ଯୁବକ ସହିତ ପୂର୍ବରୁ କୌଣସି ପୂର୍ବ ଶତ୍ରୁତା ନଥିବା ବେଳେ ହତ୍ୟା ପାଇଁ କେହି ସୁପାରି ଦେଇଥିବା ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି। ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲି ଥାନା ବାଘନଟା ଗ୍ରାମର ପାଗଳ ସେନାପତିଙ୍କ ପୁଅ ମାଧବାନନ୍ଦ(୪୦) ଘରକୁ ଫେରୁଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତର ତାଳଗଡିଆ ଗ୍ରାମର ଗୋବିନ୍ଦ ସାହୁଙ୍କ ପୁଅ ଅଜୟ ଓରଫ ମୂଷା ତାଙ୍କୁ ଲିଫ୍ଟ ମାଗି ଗାଡିରେ ଯିବାକୁ କହିଥିଲେ। ମୂଷା ସହିତ ମାଧବାନନ୍ଦଙ୍କର ପୂର୍ବରୁ ଭଲ ସମ୍ପର୍କ ଥିବାରୁ ସେ ଲିଫ୍ଟଦେଇ ନିଜ ଗାଡ଼ିରେ ଆଣିଥିଲେ। କିଛିଦୂର ଯିବା ପରେ ହଠାତ୍‌ ମୂଷା ଏକ ଧାରୁଆ ଅସ୍ତ୍ରରେ ମାଧବାନନ୍ଦଙ୍କ ତଣ୍ଟିକୁ କାଟି ଦେଇଥିଲେ। ଫଳରେ ମାଧବାନନ୍ଦ ବାଇକ୍‌ ଛାଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡି ଯାଉଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଯିବା ଫଳରେ ମୂଷା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ୍‌ ମାଧବାନନ୍ଦଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲ୍‌ରେ ଚିକିତ୍ସିତ କରୁଥିବା ବେଳେ ମାଧବାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ମାମଲାରେ ପୁଲିସ୍‌ ୧୩୦/୧୮ରେ ମାମଲା ରୁଜୁ କରି ତିଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ମୂଷା ଫେରାର୍‌ ରହିଛି।

ସମ୍ବନ୍ଧିତ ଖବର