ବ୍ରାହ୍ମଣୀ ପୋଲ ଉପରେ ଟ୍ରକ- ଟିପର୍‌ ମୁହାଁମୁହିଁ

କବାଟବନ୍ଧ: ଚଣ୍ଡିଖୋଲ-ଡୁବୁରି ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ପୋଲ ଉପରେ ଦୁଇ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ରାତି ୯ଟା ବେଳେ ଡୁବୁରି ପଟୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ (ଓଆର ୦୪ଏଫ ୩୦୫୧) ସହ ଚଣ୍ଡିଖୋଲ ପଟୁ ଆସୁଥିବା ଏକ ଟିପର (ଓଆର ୦୫ଆର ୦୦୧୨) ଧକ୍କା ହୋଇଥିଲା। ଫଳରେ ଆଇରନ ବୋଝେଇ ଟ୍ରକଟି ପୋଲ ବାଡା ଉପରକୁ ଚଢିଯାଇଥିଲା। ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଉଭୟ ଗାଡିର ଚାଳକ ଫେରାର ଅଛନ୍ତି। ଖବର ପାଇ ଜେନାପୁର ଥାନା ପୁଲିସ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର