୨ରାଜପଥ ଲୁଟେରା ଗିରଫ, ଟଙ୍କା ଓ ମୋବାଇଲ ଜବତ

ଧର୍ମଶାଳା/କଣ୍ଟିଗଡିଆ: ଚଣ୍ତିଖୋଲ-ପାରାଦୀପ ୫ନମ୍ବର ଜାତୀୟ ରାଜପଥ କଣ୍ଟିଗଡିଆ ନିକଟରେ ଗତ ୩୦ ତାରିଖରେ ଟ୍ରକକୁ ଅଟକାଇ ଟଙ୍କା, ମୋବାଇଲ ଲୁଟ ଓ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖବର ଅନୁଯାୟୀ ଓଆର୦୪ଜି୨୩୮୨ନମ୍ବର ଟ୍ରକ ପାରାଦୀପରୁ ଚଣ୍ତିଖୋଲ ଫେରୁଥିବା ବେଳେ କଣ୍ଟିଗଡିଆ ଛକରେ ୪ରୁ ଊର୍ଧ୍ବ ଯୁବକ ଡ୍ରାଇଭର ଅନୀଲ ଚୌରାସିଆକୁ ଆକ୍ରମଣ କରି ୯ ହଜାର ଟଙ୍କା ସହ ୨ଟି ମୋବାଇଲ ଲୁଟି ନେଇଥିଲେ। ଏନେଇ ଡ୍ରାଇଭର ଗତ ୧ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲା। ପୁଲିସ ଲୁଟ ମୋବାଇଲର ଇଏମଆଇ ନମ୍ବରକୁ ଟ୍ରାକ କରି ଅଭିଯୁକ୍ତ ସୁଶାନ୍ତ ଦଳେଇ (୨୬) ଓ ତାରିଣୀ ଦଳେଇ (୨୦ଙ୍କୁ ଗିରଫ କରିଥିଲା। ୨ଟି ମୋବାଇଲ ସହ ନଗଦ ୩ହଜାର ଟଙ୍କା ଜବତ କରିଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଥାନା ଅଧିକାର ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର