ମହିଳା ପର୍ବତାରୋହୀ ସମ୍ବର୍ଦ୍ଧିତ

ଚଣ୍ତିଖୋଲ/କଣ୍ଟିଗଡ଼ିଆ: ଧର୍ମଶାଳା ବ୍ଲକ୍‌ ବଡ଼ନଚ୍ଛିପୁର ଗ୍ରାମର ପର୍ବତାରୋହୀ ସଂଘମିତ୍ରା ଦଳାଇଙ୍କୁ ଛତିଆ ଅଞ୍ଚଳର ଭିନ୍ନକ୍ଷମ ସ୍ବେଚ୍ଛାସେବୀ ପ୍ରମିଳା ସିଂହ ସମ୍ବର୍ଦ୍ଧିତ କରିଛନ୍ତି। ବଡ଼ଚଣା ବ୍ଲକ୍‌ ଶାସନପୁରୁଷୋତ୍ତମପୁର ଆମ ଘର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ପ୍ରମିଳା ସିଂହ ସଂଘମିତ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପର୍ବତାରୋହୀ ସଂଘମିତ୍ରା ଏବେ ନେହେରୁ ଯୁବକେନ୍ଦ୍ରର ଧର୍ମଶାଳା ବ୍ଲକ୍‌ ସଂଯୋଜିକା ଭାବେ ଦାୟିତ୍ବ ତୁଲାଉଛନ୍ତି। ପର୍ବତାରୋହଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂଘମିତ୍ରାଙ୍କୁ ବାଙ୍ଗଲାଦେଶ ଯିବା ପାଇଁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର