ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ କୋର୍ଟ ଚାଲାଣ

ହରିପୁର/ସୁଜନପୁର : ଯାଜପୁର ସଦର ଥାନା ଅନ୍ତର୍ଗତ ସୁଜନପୁର ପଂଚାୟତର କାଶୀପୁର ଗ୍ରାମରେ ଜିଲ୍ଲା ବାହାରୁ ଆସି ଭଡାଘରେ ରହୁଥିବା ଜଣେ ମହିଳାଙ୍କୁ ସ୍ଥାନୀୟ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଆତୁଳ ଜେନାଙ୍କ ପୁଅ ବ୍ରଜକୀଶୋର ଜେନା (୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ସନ୍ଧ୍ୟାରେ ସ୍ୱମୀ ଘରେ ନଥିବା ବେଳେ ଅଭିଯୁକ୍ତ ବ୍ରଜକିଶୋର ମହିଳାଙ୍କ ଘରେ ପହଞ୍ଚିଥିଲା। ତୁମ ସ୍ୱାମୀ ମଦ ପିଇ ବଜାରରେ ପଡିଥିବା ସୂଚନା ଦେଇ ଘରୁ ଏକ ମୋପେଡ ଗାଡ଼ିରେ ବସାଇ ନେଇଥିଲା। ଏହାରେ ଏକ ସ୍ଥାନରେ ଦୁଷ୍କର୍ମ କରିବା ସହ ଏ ସଂପର୍କରେ ପ୍ରଘଟ ନ କରିବାକୁ ଧମକ ଦେଇଥିଲେ। ଏ ନେଇ ଆଜି ପୀଡ଼ିତା ଯାଜପୁର ସଦର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ କେସ୍‌ ନଂ ୧୧୩/୧୮ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର